Advertisement

ଦୋଳଯାତ୍ରା ଦେଖିବାକୁ ୧୭୦ କିମି ରିକ୍ସାରେ ଆସିଲେ

ଗଞ୍ଜାମ,୧୧।୩(ବିଦ୍ୟାଧର ସହି ): ଗଞ୍ଜାମ ସହରରେ ସୋମବାର ଠାରୁ ଆରମ୍ଭ ହୋଇଛି ଐତିହାସିକ ଦୋଳ ଯାତ୍ରା। ଏଠାରେ ଏହି ଯାତ୍ରା ପାଞ୍ଚ ଦିନ ଧରି ଚାଲୁରହିବ। ଏହି ଦୋଳ ଯାତ୍ରା ଦେଖିବା ଲାଗି ଜଣେ ଉତ୍ସାହି ଯୁବକ ପୁରୀରୁ ୧୭୦ କିମି ଅତିକ୍ରମ କରି ପୁଇଁତୋଳା ଗ୍ରାମ ଠାରେ ପହଞ୍ଚି ଥିବା ଜଣା ପଡିଛି।

ସେ ହେଲେ ସେହି ଗ୍ରାମର ସିମାଞ୍ଚଳ ପଲାଇ। ବୟସ 32ବର୍ଷ। ସେ ସେଠାରୁ ସକାଳ ଛଅଟାରେ ବାହାରି ଜଗନ୍ନାଥ ସଡକ ରାସ୍ତା ଦେଇ ରାତି ନଅ ଟାରେ ପୁଇଁତୋଳା ଗ୍ରାମରେ ପହଞ୍ଚି ଥିଲେ। ସେ ଗତ ଛଅ ବର୍ଷରୁ ଉର୍ଦ୍ଧ ହେବ ପୁରୀରେ ରିକ୍ସା ଚଳାଇ ପରିବାର ଚଳାଇଥାନ୍ତି। ଯାତ୍ରା ଦେଖିବା ପାଇଁ ଏହି ଭଳି ରିକ୍ସା ଚଳାଇ ଆସିବାର କାରଣ ପଚାରିବାରୁ ସେ କହିଥିଲେ, ପ୍ରଥମେ ଯେତେବେଳେ ରିକ୍ସା ଚଳାଇବା ଆରମ୍ଭ କରିଥିଲି ସେତେବେଳେ ଭାବିଥିଲି ଯେ ଯେମିତି ହେଲେ ରିକ୍ସା ନେଇ ଦୋଳ ଯାତ୍ରା ଦେଖିବି । ମୋ ସ୍ବପ୍ନ ପୂରଣ ହୋଇଥିବା ସିମାଞ୍ଚଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel