ମୁମ୍ବାଇ: ଅଭିଷେକ ବଚ୍ଚନ ବହୁତ ଭାଗ୍ୟଶାଳୀ। ମହାନାୟକ ଅମିତାଭ ବଚ୍ଚନଙ୍କ ପୁଅ ହୋଇଥିବା ବେଳେ ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ସ୍ବାମୀ ମଧ୍ୟ। ତେଣୁ ଅଭିଙ୍କ ଖୁସିର ସୀମା ନାହିଁ। ଯଦି କେହି ସ୍ବାମୀ ସ୍ତ୍ରୀଙ୍କ ପ୍ରଶଂସା କରନ୍ତି ତେବେ ଅନ୍ୟମାନେ ଖୁସି ହେବା ସ୍ବାଭାବିକ। ଏମିତି ଜଣେ ବ୍ୟକ୍ତି ସାରେଗାମାପା ଶୋ’ରେ ତାଙ୍କ ସ୍ତ୍ରୀଙ୍କୁ ଐଶ୍ୱର୍ଯ୍ୟା ରାୟଙ୍କ ପରି ସୁନ୍ଦରୀ କହିଥିଲେ। ଏହା ଶୁଣି ମଞ୍ଚରେ ବସିଥିବା ଅଭିଷେକ ଖୁସି ହୋଇଯାଇଥିଲେ। ସେ ସଙ୍ଗେ ସଙ୍ଗେ ଷ୍ଟେଜ୍କୁ ଯାଇ ସେହି ମହିଳା ଏବଂ ବ୍ୟକ୍ତିଙ୍କ ସହ ଫଟୋ ଉଠାଇଥିଲେ।
ଶୋ’ରେ ସଞ୍ଜନା ନାମକ ଜଣେ ପ୍ରତିଯୋଗୀ ଅଭିଷେକଙ୍କ ପ୍ରଥମ ଫିଲ୍ମର ଗୀତ ‘ମସ୍କଲି’ ଗାଉଥିଲେ। ଏହି ସମୟରେ ଦର୍ଶକ ଗ୍ୟାଲେରିରେ ବସିଥିବା ସଞ୍ଜନାଙ୍କ ସ୍ବାମୀ କହିଥିଲେ, ସଞ୍ଜନା ଐଶ୍ୱର୍ଯ୍ୟାଙ୍କ ପରି ଦେଖାଯାଉଛନ୍ତି। ଏହା ଶୁଣି ସମସ୍ତ ଦର୍ଶକ ହସି ଉଠିଥିଲେ। ଅଭିଷେକ ମଧ୍ୟ ଏଥିରୁ ବାଦ୍ ପଡ଼ି ନ ଥିଲେ। ସେ ସଙ୍ଗେ ସଙ୍ଗେ କହିଥିଲେ ଏକଦମ୍ ଠିକ୍ କଥା କହିଛନ୍ତି। ଆଜି ସେ ଐଶ୍ୱର୍ଯ୍ୟାଙ୍କ ପରି ଦିଶୁଛନ୍ତି। ଏହା ଶୁଣି ଲାଜେଇ ଯାଇଥିଲେ ସଞ୍ଜନା। ପରେ ଅଭିଷେକ ଷ୍ଟେଜ୍କୁ ଯାଇ ସଞ୍ଜନା ଏବଂ ତାଙ୍କ ସ୍ବାମୀଙ୍କ ସହ ଫଟୋ ଉଠାଇଥିଲେ। ଏହି ସମୟର ଦୃଶ୍ୟ ବେଶ୍ ହୃଦୟଛୁଆଁ ହୋଇଥିଲା।