ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

କେନ୍ଦୁଝର,୨୭।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନ ହରିଡା ଯୋଡ଼ି ଗ୍ରାମରେ ମଙ୍ଗଳବାର ରାତିରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଉକ୍ତ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକଙ୍କ ନାମ ମିଥୁନ ମୁଣ୍ଡା (୩୬)। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ମୃଦେହ ଉଦ୍ଧାର କରିଛନ୍ତି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିବା ବେଳେ ଅସନ୍ତୋଷ ଦେଖାଦେଇଛି। ଏହାସହ ହାତୀ ଉପଦ୍ରବ ବୃଦ୍ଧି ନେଇ ଉତ୍ତେଜନା ଲାଗିରହିଛି। ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ ଅଧିକାରୀ କାରଣ ଖୋଜୁଛି ।

Share