ମନ୍ଦିରରେ ପତାକା ବଦଳିବା ବେଳେ ଗଲା ଜୀବନ

ପାଟଣା,୧୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ବୈତରଣୀ ନଦୀକୂଳରେ ଥିବା ପରମେଶ୍ୱର ଶିବ ମନ୍ଦିରରେ ରବିବାର ଏକ ଅଘଟଣ ଘଟିଛି। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମନ୍ଦିରେ ପତାକା ବଦଳାଉ ଥିବା ବେଳେ ଖସି ପଡି ଜଣେ ସେବାୟତଙ୍କ ମୃତ୍ୟୁ ଘଟିଛି। ସେ ହେଲେ କେନ୍ଦୁଝର ସଦର ବ୍ଲକ କାଠଭାରୀ ପଞ୍ଚାୟତ ଭୁଦବାହାଳି ଗ୍ରାମର ସନ୍ତୋଷ ମହାନ୍ତ (୪୦)।

ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିଲା। ହେଲେ ଘଟଗାଁ ନିକଟରେ ତାଙ୍କର ମୃତ୍ୟୁ ଘଟିଛି।

Share