ଆମେରିକାର ଜଣେ ବ୍ୟକ୍ତି ଖାଦ୍ୟ ଛାଡ଼ି କେବଳ ଉପବାସ କରି ବିୟର ପିଇ ବଞ୍ଚିଛନ୍ତି। ଖାଲି ଏତିକି ନୁହେଁ, ସେ ତାଙ୍କର ୧୮ କେଜି ଓଜନ କମାଇବାରେ ବିସଫଳ ହୋଇଛନ୍ତି। ସିନସିନାଟି ସହରରେ ରହୁଥିବା ଡେଲ୍ ହଲ କୁହନ୍ତି, ସେ କେବଳ ଚା, କଫି, ବିୟର ଏବଂ ପାଣି ପିଇ ରହିଛନ୍ତି। ଯାହାଦ୍ୱାରା ତାଙ୍କ ଓଜନ କମାଇ ପାରିଛନ୍ତି।
ହଲ କୁହନ୍ତି, ୪୬ ଦିନରେ ସେ କେବଳ ବିୟର ପିଇ ରହିଛନ୍ତି। ଆର୍ମି ଚାକିରିରୁ ଅବସର ନେବା ପରେ ହଲ୍ ଏକ ବିୟର କମ୍ପାନୀରେ କାମ କରନ୍ତି। ସେ ସବୁବେଳେ ରେଷ୍ଟୁରାଣ୍ଟରୁ ଖାଦ୍ୟ ଖାଉଥିଲେ। ଏହା ଦ୍ୱାରା ସେ ଅଧିକ ମୋଟା ହୋଇଗଲେ। ଏଥର ସେ କିଛ ନ ଖାଇବାକୁ ନିଷ୍ପତ୍ତି ନେଲେ। ତେଣୁ ସେ କେବଳ ବିୟର ପିଇ ରହିଲେ। ଏପରିକି ଦିନକୁ ସେ ଖାଦ୍ୟ ଛାଡ଼ି ୫ ଥର ବିୟର ପିଇଲେ। ସେ କହିଛନ୍ତି, ମୁଁ ପ୍ରଥମେ ଖରାବେଳେ ବିୟର ପିଇଲି। ତା’ ପରେ ମୋତେ ପୁଣି ଭୋକ ହେଲା। ମୁଁ ଦ୍ୱିତୀୟ ଥର ବିୟର ପିଇଲି। ଏବେ ଏହା ମୋର ଅଭ୍ୟାସରେ ପରିଣତ ହୋଇଯାଇଛି। ଏହା ମୋ ଶରୀରରେ କ୍ଷତି ପହଞ୍ଚାଇନି ବରଂ ମୋର ଓଜନ କମାଇବାରେ ସହାୟକ ହୋଇଛି ବୋଲି ସେ ଜୋର୍ ଦେଇ କହିଛନ୍ତି। ଏଥିସହିତ ତାଙ୍କର ବ୍ଲଡ ପ୍ରେସର ଏବଂ କୋଲେଷ୍ଟରଲ ନିୟନ୍ତ୍ରଣରେ ରହିଛି।