ରିଓ ଡି’ ଜେନେରିଓ, ୧୬ା୧୨- ନିଜ ସ୍ମାର୍ଟଫୋନ କେହି ଫୋପାଡିବାକୁ ଚାହାଁନ୍ତି ନାହିଁ। କିନ୍ତୁ ଟିକେ ଚିନ୍ତା କରନ୍ତୁ ବିମାନରୁ ସ୍ମାର୍ଟଫୋନ ପକାଇପାରିବେ। ଏଭଳି କିଛି ଘଟିଛି ବ୍ରାଜିଲିଆନ ଡକ୍ୟୁମେଣ୍ଟ୍ରି ଫିଲ୍ମମେକର ଏର୍ନେଷ୍ଟୋ ଗାଲିଓଟୋ। ସେ ବିମାନରେ ବସିଥିବାବେଳେ ନିଜ ଆଇଫୋନ ୬ଏସ୍ରେ କିଛି ଶୁଟିଂ କରୁଥିଲେ। ଏତିକିବେଳେ ପବନର ଏକ ଜୋରଦାର ଝଟକା କାରଣରୁ ତାଙ୍କ ହାତରୁ ଫୋନ ଖସି ପଡ଼ିଥିଲା ୨ ହଜାର ଫିଟ୍ ତଳକୁ।
ହେଲେ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ, ଆଇଫୋନ ଠିକ୍ ଅଛି। ସବୁଠୁ ବଡ଼ କଥା ହେଲା ଆଇଫୋନ କ୍ୟାମେରା ରେର୍କଡି କରିବା ବନ୍ଦ କରି ନ ଥିଲା। ଆଉ ତଳେ ଗଳିବାର ସମ୍ପୂର୍ଣ୍ଣ ଦୃଷ୍ୟ ଫୋନରେ ରେକର୍ଡ ହୋଇଛି। ଫାଇଣ୍ଡ୍ ମାଇ ଆପ ଜରିଆରେ ଗାଲିଓଟୋଙ୍କୁ ଫୋନ ଶୀଘ୍ର ମିଳିଯାଇଥିଲା। ଜାଣିକି ଆଶ୍ଚର୍ଯ୍ୟ ହେବେ ଖୁବ୍ ଉଚ୍ଚତାରୁ ପଡ଼ିବା ସତ୍ତ୍ୱେ ଫୋନ ଠିକ୍ ରୂପେ କାର୍ଯ୍ୟ କରୁଥିଲା। ସିଲିକନ କଭର ଓ ସ୍କ୍ରିନ ପ୍ରୋଟେକ୍ଟର ଯୋଗୁ ହିଁ ଅଧିକ କ୍ଷତିଗ୍ରସ୍ତ ହୋଇ ନ ଥିଲା ଫୋନ। ମାତ୍ର ଏତେ ଉଚ୍ଚରୁ ପଡ଼ିବା କାରଣରୁ କେବଳ ସ୍କ୍ରିନ ପ୍ରୋଟେକ୍ଟର ଭାଙ୍ଗି ଯାଇଥିଲା।
ଉଲ୍ଲେଖଥାଉ କି, ବିମାନରୁ ଆଇଫୋନ ପଡ଼ିବା ଘଟଣା କିଛି ନୂଆ ନୁହେଁ। ଗତବର୍ଷ ଜଣେ ଫଟୋଗ୍ରାଫରଙ୍କ ଆଇଫୋନ ଦକ୍ଷିଣ ଆଇସଲାଣ୍ଡରେ ଖସି ପଡ଼ିଥିଲା। ଏହି ଫୋନ ୧୩ ମାସ ପରେ ଉଦ୍ଧାର ହୋଇଥିଲା।