ନୂଆଦିଲ୍ଲୀ: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାସତ୍ତ୍ୱେ କିଛି ଲୋକ ସାର୍ବଜନିକ ସ୍ଥାନରେ ମଧ୍ୟ ମାସ୍କ ପିନ୍ଧି ନ ଥିବା ଦେଖିବାକୁ ମିଳୁଛି। ଅମାନିଆମାନଙ୍କୁ ତାଗିଦ କରିବାକୁ ଯାଇ ସରକାର ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳିସ୍ଥିତିରେ ନିୟମ ମାନିବା ତଥା ଅବମାନନା କରିବାକୁ ନେଇ ଅନେକ ଭିଡିଓ ଭାଇରାଲ ହେଉଛି। ସେଭଳି ଏକ ଘଟଣାକ୍ରମରେ ଜଣେ ବ୍ୟକ୍ତି ଖାଇବା ସମୟରେ ମଧ୍ୟ ମାସ୍କ ବାହାର କରି ନ ଥିବା ଦେଖାଯାଉଛି। ଏହାର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି। ସେ ମାସ୍କ ଲଗାଇ ଖାଇବା ଖାଉଛନ୍ତି। ପାଟିକୁ ଖାଦ୍ୟ ନେବା ସମୟରେ ସେ ମାସ୍କକୁ ଉପରକୁ କରିନେଉଛନ୍ତି। ପରେ ପୁର୍ବ ଅବସ୍ଥାରେ ସେ ତାଙ୍କୁ ଛାଡ଼ି ଦେଉଛନ୍ତି। ଆଇପିଏସ୍ ଦିପାଂଶୁ କାବରା ଭିଡିଓଟିକୁ ଶେୟାର କରି ଲେଖିଛନ୍ତି, ଯେତେବେଳେ ମାସ୍କ ନ ପିନ୍ଧିବା ଯୋଗୁ ୩/୪ ଥର ଜରିମାନା ଲାଗେ’, ସେତେବେଳେ ଏପରି ଅବସ୍ଥା ହୋଇଥାଏ। ଏଥିରେ ଲୋକ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।
जब मास्क ना पहनने पर, 3-4 बार फाइन लग जाये…😅😅#MaskUp #MaskUpIndia pic.twitter.com/GMiyond278
— Dipanshu Kabra (@ipskabra) November 27, 2020