ଭାଲୁ ଆକ୍ରମଣରେ ଛେଳି ଚରାଳି ଗୁରୁତର

କେନ୍ଦୁଝର,୧୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳରେ ଭାଲୁ ଆକ୍ରମଣରେ ଜଣେ ଛେଳି ଚରାଳି ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଡେମକା ମୁଣ୍ଡା(୪୫)। ସୂଚନାଯୋଗ୍ୟ, ତେଲକୋଇ ରେଞ୍ଜର କାଳିଆହତା ସାରୁପାଟ ଗ୍ରାମର ତିନିଜଣ ଲୋକ ନିକଟସ୍ଥ ଭାଲୁଘରା ହୁଡ଼ିକୁ ଛେଳି ଚରାଇବାକୁ ଯାଇଥିଲେ। ଏହି ସମୟରେ ଏକ ମାଆ ଭାଲୁ ୨ଟି ଛୁଆ ଭାଲୁ ଡେମକା ମୁଣ୍ଡାଙ୍କ ଉପରକୁ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। କୌଣସି ପ୍ରକାରରେ ଭାଲୁ କବଳରୁ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ତେଲକୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share