ଅଭିଷେକଙ୍କ ସାମ୍ନାରେ ଐଶ୍ୱର୍ଯ୍ୟାଙ୍କୁ ପ୍ରପୋଜ୍‌ କଲେ ଜଣେ ବ୍ୟକ୍ତି: ସ୍ବାମୀ ଦେଲେ ଏମିତି ଉତ୍ତର

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ସୁପୁତ୍ର ଅଭିଷେକ ଶାନ୍ତ ଏବଂ ସରଳ ବ୍ୟକ୍ତିତ୍ୱ ଭାବରେ ଜଣାଶୁଣା। ସେ ଏକ ସରଳ ଜୀବନଯାପନ କରନ୍ତି। ସେ ଅନାବଶ୍ୟକ ଆଲୋଚନାରୁ ଦୂରେଇ ରୁହନ୍ତି। କିନ୍ତୁ ଏସବୁ ସତ୍ତ୍ୱେ, ବେଳେବେଳେ ସେ ଚର୍ଚ୍ଚାକୁ ଆସିଥାନ୍ତି। ଥରେ ଜଣେ ପ୍ରଶଂସକ ଅଭିଷେକଙ୍କ ସାମ୍ନାରେ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ଅଭିଷେକ ଏହା ଉପରେ ଏକ ଜବରଦସ୍ତ ପ୍ରତିକ୍ରିୟା ଦେଇଥିବାବେଳେ ଐଶ୍ୱର୍ଯ୍ୟା ହସୁଥିବା ଦେଖିବାକୁ ମିଳିଥିଲା। ଉଭୟଙ୍କ ଏହି ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ପୁରୁଣା ଭିଡିଓଟି ୨୦୧୦ କାନ୍ସ ଫିଲ୍ମ ଫେଷ୍ଟିଭାଲର ଥିଲା। ସେହି ସମୟରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ରେଡ କାର୍ପେଟରେ ଏକାଠି ପ୍ରବେଶ କରିଥିଲେ। ଦୁହେଁ ସେମାନଙ୍କ ପ୍ରଶଂସକଙ୍କ ସହ ସାକ୍ଷାତ କରୁଥିଲେ, ତା’ପରେ ଜଣେ ପ୍ରଶଂସକଙ୍କ ଉଭୟଙ୍କ ହାତରେ ଧରିଥିବା ଏକ କାର୍ଡ ଦେଖାଇଥିଲେ। ଯେଉଁଥିରେ ‘ମ୍ୟାରି ମି ଐଶ୍ୱର୍ଯ୍ୟା’ ଲେଖା ଥିଲ। ଐଶ ଏବଂ ଅଭିଷେକଙ୍କ ଧ୍ୟାନ ମଧ୍ୟ ସେହି ବ୍ୟକ୍ତିଙ୍କ ନିକଟକୁ ଯାଇଥିଲା। ଏହି ସମୟରେ, ଐଶ୍ୱର୍ଯ୍ୟା ଦୂରରୁ ସେହି ପ୍ରଶଂସକଙ୍କୁ ହେଲୋ କହି ହସନ୍ତି। ଏଥି ସହିତ ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ ସୂଚାଇ କହିଥିଲେ ଯେ ସେ ମୋତେ ବିବାହ କରିଛନ୍ତି କହି ହସନ୍ତି। ଅଭିଷେକଙ୍କ ଏହି ପ୍ରତିକ୍ରିୟାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି ଏବଂ ଲୋକମାନେ ଉଭୟଙ୍କ ଯୋଡିକୁ ପସନ୍ଦ ମଧ୍ୟ କରନ୍ତି। ୨୦୦୭ରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବିବାହ କରିଥିଲେ। ଉଭୟଙ୍କ ଏକ ଝିଅ ମଧ୍ୟ ଅଛି।

Share