Categories: ଜାତୀୟ

ଝିଅ ଜନ୍ମ ହେବାରୁ ବାପା ନେଲେ ଏମିତି ନିଷ୍ପତ୍ତି; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୭।୬: ମଧ୍ୟପ୍ରଦେଶର ଛତ୍ରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୪୨ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅଙ୍କୁ କୂଅରେ ପକାଇଦେଇଛନ୍ତି। ଏଥିରେ ଜଣେ ୮ ବର୍ଷୀୟା ଝିଅଙ୍କ ମୃତ୍ୟୁ ଘଟିଛି। ପୁଅ ନ ଥିବାରୁ ବ୍ୟକ୍ତି ଜଣଙ୍କ ଏଭଳି ନିଷ୍ପତ୍ତି ନେଇଛନ୍ତି। ଜଣେ ଗ୍ରାମବାସୀ ମହିଳାଙ୍କ ସ୍ବର ଶୁଣିବା ପରେ ସମ୍ପୃକ୍ତ ମହିଳା ଏବଂ ତାଙ୍କର ଗୋଟିଏ ଝିଅଙ୍କୁ ଉଦ୍ଧାର କରିଥିଲେ। ଛତ୍ରପୁର ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ଚାନ୍ଦ ପୋଲିସ ଷ୍ଟେଶନ ଅଧୀନରେ ଏହି ଘଟଣା ଘଟିଛି। ଚାନ୍ଦ ପୋଲିସ ଷ୍ଟେସନର ତଦନ୍ତକାରୀ ଅଧିକାରୀ ସବ-ଇନ୍ସପେକ୍ଟର ରାଜେନ୍ଦ୍ର ସିଂ କହିଛନ୍ତି ଯେ, ମୃତ ଝିଅର ମା’ ବିଟିବାଇ ଯାଦବ ପୋଲିସ ଆଗରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ତିନି ମାସ ପୂର୍ବେ ସେ ଦ୍ୱିତୀୟ ଝିଅ ଜନ୍ମହେବାରୁ ସ୍ବାମୀ ରାଜା ଭାୟା ଯାଦବ ତାଙ୍କୁ ମାରପିଟ୍‌ କରୁଥିଲେ। ଏହି କାରଣରୁ, ସେ ଏକ ମାସ ପୂର୍ବରୁ ଝିଅଙ୍କୁ ସହିତ ତାଙ୍କ ବାପଘରକୁ ପଳାଇଥିଲେ। ନିକଟରେ ରାଜା ଭାୟା ଯାଦବ ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ଶ୍ୱଶୁର ଘରୁ ନେଇଆସିଥିଲେ। ଏହାପରେ ସେ ସ୍ତ୍ରୀ ଏବଂ ୨ ଝିଅଙ୍କୁ କୂଅକୁ ଠେଲି ଦେଇଥିଲେ। ଏବେ ଅଭିଯୁକ୍ତ ଫେରାର ଅଛନ୍ତି।

Share