Categories: ଫୁରସତ

ପିପିଇ କିଟ୍‌ ପିନ୍ଧି ପାନ ବିକୁଛନ୍ତି ଏହି ବ୍ୟକ୍ତି

ବନାରସ ପାନ ସବୁଆଡେ ଲୋକପ୍ରିୟ। ତେବେ କରୋନା ଭାଇରସ ଯୋଗୁ ଏଠାରେ ଜଣେ ପାନ ଦୋକାନୀ ପିପିଇ କିଟ୍‌ ପିନ୍ଧି ପାନ ବିକ୍ରି କରୁଛନ୍ତି। ସେ ହେଲେ ରାହୁଲ ଚୌରସିୟା। ଲଙ୍କା ଅଶୀ ମାର୍ଗ ରବୀନ୍ଦ୍ରପୁରୀ ଅଞ୍ଚଳରେ ତାଙ୍କର ପାନ ଦୋକାନ। ଲକ୍‌ଡାଉନ୍‌ ଯୋଗୁ ଏହି ଦୋକାନ ବନ୍ଦ ଥିଲା। ଏବେ ଲକ୍‌ଡାଉନ୍‌ ହଟିବା ପରେ ଦୋକାନ ଖୋଲିଛି। ନିଜର ଏବଂ ଗ୍ରାହକମାନଙ୍କ ସୁରକ୍ଷା ଦୃଷ୍ଟିରୁ ରାହୁଲ ପିପିଇ କିଟ୍‌ ପିନ୍ଧି ପାନ ବିକ୍ରି କରୁଛନ୍ତି। ଦୋକାନ ଖୋଲିବା ମାତ୍ରେ ରାହୁଲ ପୁରା ଦୋକାନକୁ ସାନିଟାଇଜ୍‌ କରନ୍ତି। ଏଥିସହ ଦୋକାନକୁ ଆସୁଥିବା ସମସ୍ତ ଗ୍ରାହକଙ୍କ ଉପରେ ସେ ସାନିଟାଇଜର ଛିଞ୍ଚନ କରନ୍ତି ବୋଲି ରାହୁଲ କହିଛନ୍ତି। ଆହୁରି ମଧ୍ୟ ନିଜର ପିପିଇ କିଟ୍‌କୁ ଦିନରେ ୨ ଥର ସାନିଟାଇଜ୍‌ କରୁଥିବା ସେ କହିଛନ୍ତି।

Share