ମାଲକାନଗିରି,୨୯ା୧: ମାଲକାନଗିରି ଜିଲା ସୀମନ୍ତ ଛତିଶଗଡ଼ ବିଜାପୁର ଜିଲା ଜଘଲା ଥାନା ଅନ୍ତର୍ଗତ କୋତ୍ରାପାଲ ଗ୍ରାମରେ ମାଓବାଦୀମାନେ ଜଣେ ଆତ୍ମସମର୍ପଣ କରିଥିବା ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି। ସେ ହେଲେ କନଷ୍ଟେବଳ ମଲ୍ଲେଶ। ମଲ୍ଲେଶ ମାଓବାଦୀ ସଙ୍ଗଠନରେ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ। ୨୦୧୪ରେ ସେ ଆତ୍ମସମର୍ପଣ କରିଥିଲେ । ତାଙ୍କୁ ଡିଆର୍ଜି କନଷ୍ଟେବଳ ଭାବେ ନିଯୁକ୍ତି ମିଳିଥିଲା। ଗୁରୁବାର ଅପରାହ୍ନରେ ମଲ୍ଲେଶ ପୁଅକୁ ଭେଟିବା ପାଇଁ କତ୍ରାପାଲ ଗ୍ରାମକୁ ଯାଇଥିବା ବେଳେ ମାଓବାଦୀମାନେ ଏହି ଖବର ପାଇ ବାଟରୁ ତାଙ୍କୁ ଉଠାଇ ନେଇଥିଲେ। ପରେ ତାଙ୍କୁ ହତ୍ୟାକରି ଗ୍ରାମ ରାସ୍ତାରେ ପକାଇ ଚାଲିଯାଇଥିଲେ। ଶୁକ୍ରବାର ସକାଳେ ରାସ୍ତାରେ ଯାଉଥିବା ଗ୍ରାମବାସୀ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ମାଓବାଦୀଙ୍କୁ ଧରିବା ପାଇଁ ସମ୍ପୃକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନ ଜୋର୍ଦାର କରାଯାଇଥିବା ବିଜାପୁର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।