ହାତଗୋଡ଼ ବନ୍ଧା ହୋଇ ଜଙ୍ଗଲରେ ପଡ଼ିଥିଲେ ବ୍ୟକ୍ତି, ଉଦ୍ଧାର ସମୟରେ ଯାହା କହିଲେ ସମସ୍ତେ ଆଶ୍ଚର୍ଯ୍ୟ

ବର୍ଲିନ,୭ା୫: ଜର୍ମାନର ଏକ ଜଙ୍ଗଲରୁ ହାତଗୋଡ଼ ବନ୍ଧା ଥିବା ଜଣେ ବ୍ୟକ୍ତିଙ୍କୁ ଜୀବିତ ଭାବେ ଉଦ୍ଧାର କରିଛି ପୋଲିସ। ଜଣେ ୫୧ ବର୍ଷୀୟ ବ୍ୟକ୍ତିଙ୍କୁ ଜଙ୍ଗଲରେ ବନ୍ଧା ହୋଇଥିବା ପୋଲିସ ଦେଖିବାକୁ ପାଇଥିଲା। ପୋଲିସ ପରେ ତାଙ୍କଠାରୁ ଯାହା ଶୁଣିଲା ଆଶ୍ଚର୍ଯ୍ୟ ହୋଇଗଲା। ଜଣେ ସାଇକେଲ ଚାଳକ ଏବଂ ଶିକାରୀ ସେହି ବାଟରେ ଯାଉଥିବା ବେଳେ ଚିତ୍କାର ଶୁଣିଥିଲେ। ପରେ ଜଙ୍ଗଲ ଭିତରକୁ ଯାଇ ଦେଖନ୍ତି ତ ବ୍ୟକ୍ତି ଜଣକ ଏମିତି ହାତଗୋଡ଼ ବନ୍ଧା ହୋଇପଡ଼ିଛନ୍ତି। ପରେ ପୋଲିସକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିଛି। ବ୍ୟକ୍ତି ଜଣକ ପ୍ୟାଣ୍ଟ ଶର୍ଟ ପିନ୍ଧି ଦଉଡ଼ିରେ ବନ୍ଧା ହୋଇଥିଲେ।

ପୋଲିସ ଏକ ବିବୃତ୍ତିରେ କହିଛି, ଜଣେ ମହିଳା ଏବଂ ଏହି ପୁରୁଷ ଅନ୍‌ଲାଇନରେ ଭେଟିଥିଲେ। ଦୁହେଁ କଥାବାର୍ତ୍ତା ହେବା ପରେ ସେମାନେ ଜଙ୍ଗଲକୁ ଯାଇଥିଲେ। ଯେଉଁଠାରେ ମହିଳା ଜଣଙ୍କ ପୁରୁଷଙ୍କ ହାତ ବାନ୍ଧିଥିଲେ। ମହିଳା ଜଣକ ଏକ ଖେଳ ଖେଳିବାକୁ ଚାହୁଁଥିଲେ। ଠିକ୍‌ ଏହି ସମୟରେ ତାଙ୍କର ଏକ ଫୋନ୍‌ କଲ୍‌ ଆସିଥିଲା। ଆଉ ସେ ହଠାତ୍‌ ସେହି ବ୍ୟକ୍ତିଙ୍କୁ ଜଙ୍ଗଲରେ ଛାଡ଼ି ପଳାଇଥିଲେ।

ପୋଲିସ କହିଛି, ଏହି ବ୍ୟକ୍ତି ଜଣକ ଅଧିକାରୀମାନଙ୍କୁ କହିଥିଲେ ଯେ, ଏହିପରି ପରିସ୍ଥିତି ପାଇଁ ସେ ଏକ ବକ୍ସ କଟର ରଖିଥିଲେ, କିନ୍ତୁ ଯେଉଁଠି କଟର ଥିଲା, ସେପର୍ଯ୍ୟନ୍ତ ପହଞ୍ଚି ପାରିଲେନାହିଁ। ସେ ମହିଳାଙ୍କ ବାନ୍ଧିବାର କ୍ଷମତାକୁ ଭୁଲ୍‌ ଭାବିଥିଲେ।

ଉକ୍ତ ବ୍ୟକ୍ତି ଜଣକ ଆହତ ହୋଇ ମଧ୍ୟ ମହିଳାଙ୍କ ପରିଚୟ ପ୍ରକାଶ କରିବାକୁ ମନା କରିଦେଇଛନ୍ତି। ପୋଲିସ ବିଭିନ୍ନ ଦିଗକୁ ଲକ୍ଷ୍ୟ କରି ସନ୍ଦେହରେ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପରବର୍ତ୍ତୀ ହିଂସା ଆଶଙ୍କା କଲେ ଆମେରିକୀୟ ଭୋଟର

ଓ୍ବାଶିଂଟନ,୨୮ା୧୦: ୨୦୨୦ ଭଳି ଏଥର ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ପରେ ରାଜନୈତିକ ହିଂସାକାଣ୍ଡ ଘଟିପାରେ ବୋଲି ଅନେକେ ଆମେରିକୀୟ ଆଶଙ୍କା ବ୍ୟକ୍ତ କରିଛନ୍ତି। ନିକଟରେ ଏପି-ଏନ୍‌ଓଆର୍‌ସି...

କାନାଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ୪ ଭାରତୀୟଙ୍କ ଚାଲିଗଲା ଜୀବନ

ଓଟ୍ଟାଓ୍ବା,୨୮ା୧୦: କାନାଡାର ଓଣ୍ଟାରିଓ ପ୍ରଦେଶରେ ଏକ କାର୍‌ ଦୁର୍ଘଟଣାରେ ୪ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣାରେ କାର୍‌ଟି...

ଇସ୍ରାଏଲ୍‌ ଆକ୍ରମଣରେ ଗଲାଣି ୧୭୬ ସାମ୍ବାଦିକଙ୍କ ଜୀବନ

ଗାଜା ସିଟି,୨୮ା୧୦:ଗାଜାର ଏକ ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ ଉପରେ ଇସ୍ରାଏଲ୍‌ର ବୋମାମାଡ଼ ଯୋଗୁ ୫ ଜଣ ଖବରଦାତାଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ଗତବର୍ଷ ଅକ୍ଟୋବର...

ଚାଇନାକୁ ଟାର୍ଗେଟ କଲେ ଟ୍ରମ୍ପ, କହିଲେ ଆମେରିକା ନିକଟରେ ଅଛି…

ଓ୍ବାଶିଂଟନ,୨୮।୧୦: ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏକ ନିର୍ବାଚନ ରାଲିରେ କହିଛନ୍ତି ଯେ ଚାଇନା ସହିତ ବିବାଦ ହେଲେ ଆମେ ସେମାନଙ୍କୁ ପରାସ୍ତ...

ପ୍ରଧାନମନ୍ତ୍ରୀ ହିଁ ବନ୍ଦ କରିପାରିବେ ଯୁଦ୍ଧ, ମୋଦିଙ୍କ ଲିଡରଶିପକୁ ପ୍ରଶଂସା କଲେ ଜେଲନସ୍କି

କ୍ୱିଭ,୨୮।୧୦: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଅଢେଇ ବର୍ଷରୁ ଅଧିକ ସମୟ ବିତିଗଲାଣି। ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଲେଣି। ହେଲେ ଯୁଦ୍ଧ ବନ୍ଦ ହେବାର...

ଭାରତୀୟ ବଂଶୋଦ୍ଭବଙ୍କ ସହ ଆଜି ଦୀପାବଳି ପାଳିବେ ବାଇଡେନ

ଓ୍ବାଶିଂଟନ,୨୮ା୧୦: ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଦୀପାବଳିକୁ କେତେ ପସନ୍ଦ କରନ୍ତି ତାହା ସମଗ୍ର ବିଶ୍ୱ ପୂର୍ବରୁ ମଧ୍ୟ ଦେଖିସାରିଛି। ପ୍ରତିବର୍ଷ ଏଠାରେ ଦୀପାବଳିର...

ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ମାତ୍ର ୯ ଦିନ ବାକି। ହ୍ବାଇଟ୍‌ ହାଉସ୍‌ ପାଇଁ ୨ ପ୍ରତିଦ୍ୱନ୍ଦ୍ୱୀ ଉପରାଷ୍ଟ୍ରପତି କମଲା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ...

ବାଂଲାଦେଶରେ ହିନ୍ଦୁ କର୍ମଚାରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି

କୋଲକାତା,୨୭ା୧୦: ବାଂଲାଦେଶରେ ଶେଖ୍‌ ହାସିନାଙ୍କ ସରକାରର ପତନ ପରେ ମୌଳବାଦୀ ସଂଗଠନଗୁଡ଼ିକର ଶକ୍ତି ବୃଦ୍ଧି ପାଇବା ସହ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢ଼ିଛି। ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri