Categories: ଜାତୀୟ

ସରକାରୀ ଅଧିକାରୀଙ୍କ ଆଗରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ,୧୬।୧୦: ପୂର୍ବ ଉତ୍ତର ପ୍ରଦେଶର ବଲିଆରେ ଏକ ଗୁଳିକାଣ୍ଡ ଘଟିଛି। ସରକାରୀ ଅଧିକାରୀଙ୍କ ଆଗରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ଯୋଗୀ ସରକାରଙ୍କୁ ସମାଲୋଚନା କରାଯାଇଛି। ବିବାଦ ଘନେଇବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାବେଳେ ଉପସ୍ଥିତ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଭାଜପା ବିଧାୟକ ସୁରେନ୍ଦ୍ର ସିଂଙ୍କ ଘନିଷ୍ଠ ସହଯୋଗୀ ଧୀରେନ୍ଦ୍ର ସିଂ ମୃତ ଜୟପ୍ରକାଶଙ୍କୁ ଗୁଳି ମାରିଥିବା ଜଣାପଡିଛି। ରାଶନ ସାମଗ୍ରୀ ବଣ୍ଟନକୁ ନେଇ ହେବାକୁ ଥବବା ବୈଠକ ପୂର୍ବରୁ ଉଭୟଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ଜୟପ୍ରକାଶଙ୍କୁ ଗଳି ମାରିଥିବା ପ୍ରଥମିକ ତଦନ୍ତରୁ ଜଣାପଡିଛି। ଏହି ଘଟଣାରେ ବିରେଧୀ ସମାଜବାଦୀ ପାର୍ଟି ଏବଂ ବଜୁଜନ ସମାଜ ପାର୍ଟି ପକ୍ଷରୁ ଭାଜପାକୁ ଘେରିଛନ୍ତି।

Share