କୋଭାକ୍ସିନର ଦୁଇ ଡୋଜ୍‌ ଟିକା ନେଇଥିବା ଜଣେ ବ୍ୟକ୍ତି କୋର୍ଟରେ ଦାଖଲ କଲେ ପିଟିଶନ, କାରଣ ଜାଣିଲେ…

ଥିରୁଭାନନ୍ତପୁରମ୍‌,୫ା୮: ଭାରତରେ ସର୍ବପ୍ରଥମ ସ୍ବଦେଶୀ ଟିକା କୋଭାକ୍ସିନ ଏବଂ କୋଭିଶିଲ୍ଡ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଏହା ପରେ ରୁଷିଆର ଟିକା ମଧ୍ୟ ଦେଶରେ ଲଗାଗଲା। ଯଦିଓ କୋଭିଶିଲ୍ଡ ଏବଂ ରୁଷିଆର ସ୍ଫୁଟନିକ୍‌ ବି ମାନ୍ୟତା ପାଇଛି, ତଥାପି ଭାରତର ସ୍ବଦେଶୀ ଟିକା ସ୍ବୀକୃତି ପାଇବା ପାଇଁ ସଂଗ୍ରାମ କରୁଛି। ଏହି ସମୟରେ ଦେଶରେ ଏଭଳି ମାମଲା ସାମ୍ନାକୁ ଆସିଛି, ଯାହା ପରେ ସରକାରଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଛି। କେରଳର ଜଣେ ବ୍ୟକ୍ତି କେରଳ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରି କହିଛନ୍ତି ଯେ, ସେ କୋଭାକ୍ସିନ୍‌ର ଉଭୟ ଡୋଜ୍‌ ନେଇଛନ୍ତି। ତେଣୁ ତାଙ୍କୁ କାମ ପାଇଁ ସାଉଦି ଆରବକୁ ଯିବାକୁ ପଡ଼ିବ, କିନ୍ତୁ ସେ ଯାଇପାରିବେ ନାହିଁ କାରଣ ସେଠାରେ କୋଭାକ୍ସିନକୁ ଅନୁମତି ମିଳିନାହିଁ।

ହାଇକୋର୍ଟରେ ଏହି ଆବେଦନ ଉପରେ କେନ୍ଦ୍ରକୁ ଉତ୍ତର ମଗାଯାଇଛି। ଆବେଦନକାରୀ କହିଛନ୍ତି ଯେ, ସାଉଦିଆରବକୁ ଫେରିବାକୁ ଥିବା ଭାରତୀୟ ପ୍ରବାସୀମାନଙ୍କୁ କୋଭିଶିଲ୍ଡ ଟିକା ସହିତ ପୁନଃ ଟିକା ଦିଆଯାଉ। କାରଣ ସାଉଦିରେ କୋଭାକ୍ସିନ ସ୍ବୀକୃତିପ୍ରାପ୍ତ ନୁହେଁ। ଆବେଦନକାରୀ ଦର୍ଶାଇଛନ୍ତି ଯେ,ସେ କୋଭାକ୍ସିନର ଉଭୟ ଟିକା ନେଇସାରିଛନ୍ତି। ବର୍ତ୍ତମାନ ଏହା ଉପରେ କେନ୍ଦ୍ରରୁ ଏକ ଉତ୍ତର ମଗାଯାଇଛି।

Share