‘ଗୋଟିଏ ପୁଅ ଥିବା ବ୍ୟକ୍ତି ଦୁଇଗୋଟି ପୁଅ ଥିବା ବ୍ୟକ୍ତିଙ୍କ ଠୁ ଲୁଗା ନେଇ ପୂଜାକଲେ ହୁଏ ସନ୍ତାନଙ୍କମଙ୍ଗଳ’, ଗୁଜବକୁ ନେଇ ତାରାତାରିଣୀ ପିଠ ଲୋକାରଣ୍ୟ

ପୁରୁଷୋତ୍ତମପୁର,୩୧।୧(ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠକୁ ନେଇ ବହୁ କିମ୍ବଦନ୍ତି ଓ ଲୋକକଥା ପୁରାଣରେ ବର୍ଣ୍ଣିତ ରହିଛି। ଦେଶରେ ଥିବା ଚାରିଗୋଟି ଆଦିଶକ୍ତିପୀଠ ମଧ୍ୟରୁ ଏହି ପୀଠ ଅନ୍ୟତମ ା ପ୍ରତିବର୍ଷ ଚୈତ୍ର ମାସରେ ମା’ଙ୍କ ମଙ୍ଗଳବାର ଯାତ୍ରାରେ ଓ ସଂକ୍ରାନ୍ତିମାନଙ୍କରେ ଏଠାକୁ ଭକ୍ତଙ୍କ ସୁଅ ଛୁଟିଥାଏ । ଏଥିସହ ଏଠାରେ ଶିଶୁଙ୍କ ମୁଣ୍ଡନ କରିବାର ନିଆାରା ପରମ୍ପରା ରହିଛି । ତେବେ ତାରାତାରିଣୀଙ୍କ ଏଭଳି ପୂଜାର୍ଚ୍ଚନାରେ ବର୍ତ୍ତମାନ ଆଉ ଏକ ନିଆରା ନୂଆ ପରମ୍ପରା ଯୋଡି ହୋଇଯାଇଛି । ଯଦି ବ୍ୟକ୍ତିଙ୍କ ଗୋଟିଏ ପୁତ୍ର ସନ୍ତାନ ଥିବ ସେହି ସନ୍ତାନର ମାଆ ଯାଇ ଦୁଇଗୋଟି ପୁତ୍ର ସନ୍ତାନ ଥିବା ମା’ଙ୍କ ଘରୁ ଏକ ନୂଆ ଲୁଗା ମାଗିଆଣିବା ସହ ସେହି ଲୁଗାକୁ ନେଇ ତାରାତାରିଣୀଙ୍କ ଠାରେ ଲାଗି କରିବେ। ପୂଜାର୍ଚ୍ଚନା ପରେ ତାହାକୁ ପରିଧାନ କଲେ ନିଜ ସନ୍ତାନଙ୍କ ଦୀର୍ଘାୟୁ ହେବା ସହ ସେମାନଙ୍କୁ କୌଣସି ବିପଦ ପଡେନାହିଁ ବୋଲି ବିଶ୍ବାସ ରହିଛି ା ଏପରି ଘଟଣା କୁଆଡେ ତାରାତାରିଣୀ କାହାକୁ ସ୍ବପ୍ନାଦେଶ କରିଥିବା ନେଇ ଏଭଳି ଏକ ଗୁଜବ ପ୍ରଚାର ହେବା ପରେ ତୁଣ୍ଡବାଇଦ ସହସ୍ରକୋଷ ଉପାୟରେ ଏହି ଘଟଣା ସବୁ ଅଞ୍ଚଳକୁ ବ୍ୟାପିଯାଇଛିା ଏହି ଗୁଜବ ବ୍ୟାପିବା ପରେ ତାରାତାରିଣୀଙ୍କ ପୀଠକୁ ଜିଲାର ବିଭିନ୍ନ ସ୍ଥାନ ସହିତ ରାଜ୍ୟ ତଥା ରାଜ୍ୟ ବାହାରୁ ମହିଳା ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛିା । ଆଉ ଏହି ମହିଳା ମାନେ ମାଗିଆଣିଥିବା ଖଣ୍ଡିଏ ଖଣ୍ଡିଏ ନୂଆ ଲୁଗାକୁ ଆଣି ମାଙ୍କ ଠାରେ ପୂଜାର୍ଚ୍ଚନା କରିବାରେ ଲାଗିପଡିଛନ୍ତି ।

Share