Categories: ଜାତୀୟ

ଲୁଡୁ ଖେଳୁ ଖେଳୁ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡିଲେ ବିବାହିତ ମହିଳା: ଆଉ ତା’ପରେ

ଅମୃତସର,୬।୧: ଆଜିକାଲି ମୋବାଇଲ ଗେମ୍‌ ଏତେ ନିଶା ହୋଇଛି, ଯୁବପିଡି ଖାଇବାପିଇବା ଭୁଲି ଯାଉଛନ୍ତି। ମୋବାଇଲ ଗେମ୍‌ ଯୁବପିଢ଼ିଙ୍କ ମନକୁ ବେଶ୍‌ ପ୍ରଭାବିତ କରିବା ମଧ୍ୟ ଦେଖାଯାଉଛି। ଅମୃତସରରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଅମୃତସରର ଜାଲିଆନୱାଲା ବାଗ ନିକଟରେ ଜଣେ ମହିଳା ଅଟ୍ଟାରୀ ଯିବାକୁ ଗାଡି ବିଷୟରେ କାହାକୁ ପଚାରିଥିଲେ। ଏହା ଉପରେ ସେଠାରେ ଠିଆ ହୋଇଥିବା ସୁରକ୍ଷା ଅଧିକାରୀ ନରିନ୍ଦର ସିଂଙ୍କର କିଛି ସନ୍ଦେହ ଥିଲା, ତା’ପରେ ସେ ମହିଳାଙ୍କୁ କୁଆଡେ ଯିବ ବୋଲି ପଚାରିଥିଲେ। ମହିଳା ଜଣକ କହିଥିଲେ, ପାକିସ୍ତାନରେ ଥିବା ତାଙ୍କ ବନ୍ଧୁଙ୍କୁ ଦେଖା କରିବାକୁ ଚାହୁଁଛନ୍ତି। ସମ୍ପୃକ୍ତ ମହିଳାଙ୍କ ନାମ ଶିବାନୀ।
ରାଜସ୍ଥାନର ଧୋଲପୁରର ବାସିନ୍ଦା ଶିବାନୀ କହିଛନ୍ତି, ସେ ମୋନୁଙ୍କୁ ବିବାହ କରିଛନ୍ତି। ତାଙ୍କର ଦୁଇ ବର୍ଷର ସନ୍ତାନ ଅଛ। ଛଅ ମାସ ପୂର୍ବେ ମୋବାଇଲ ଫୋନରେ ଲୁଡ ଖେଳିବାବେଳେ ସେ ପାକିସ୍ତାନର ଅଲି ନାମକ ଜଣେ ଯୁବକଙ୍କ ସହ ବନ୍ଧୁତା କରିଥିଲେ। ଅଲି ତାଙ୍କୁ ନିଜ ପାଖକୁ ଡାକି ରାଜସ୍ଥାନରୁ ଅମୃତସର ପାଖରେ ପହଞ୍ଚିବାକୁ କହିଥିଲେ। ଏକ ଟେମ୍ପୋ କିମ୍ବା ଅନ୍ୟ କୌଣସି ଯାନ ତାଙ୍କୁ ଅମୃତସରର ଜାଲିଆନୱାଲା ବାଗ ନିକଟ ଅଟ୍ଟାରୀକୁ ନେଇଯିବ। ତାଙ୍କୁ ସେଠାରୁ ନେବାକୁ ସେ ନେବେ।
ଅଲି ଏବଂ ଶିବାନୀ ପରସ୍ପର ସହ ଅନଲାଇନରେ ଚାଟିଂ କରିବା ଆରମ୍ଭ କରିଥିଲେ। ହ୍ବାଟସଆପ୍‌ରେ ଅଲିଙ୍କ ସହ ସେ ଅନେକ ଥର କଥା ହୋଇଥିଲେ। ଶିବାନୀ କେବଳ ଜାଣିଛନ୍ତି ଯେ ଅଲି ପାକିସ୍ତାନରେ ରୁହନ୍ତି। ସେ ଅଲିଙ୍କ ବିଷୟରେ ଅଧିକ କିଛି ଜାଣନ୍ତି ନାହିଁ। ଏସିପି ଇଷ୍ଟ ମଞ୍ଜିତ ସିଂ କହିଛନ୍ତି, ଶିବାନୀଙ୍କ ପରିବାର ସଦସ୍ୟଙ୍କୁ ଏ ବିଷୟରେ ଅବଗତ କରାଯାଇଛି। ସେମାନେ ଅମୃତସରରେ ପହଞ୍ଚିବାର ସମ୍ଭାବନା ଅଛି। ସେମାନେ ଆସିବା ପରେ ଶିବାନୀଙ୍କୁ ହସ୍ତାନ୍ତର କରାଯିବ।

Share