ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ମାଡ଼ିଆସୁଛି ବିରାଟକାୟ ଉଲ୍‌କା ପିଣ୍ଡ, ଯାହାକି ୨୨ ପରମାଣୁ ବୋମା ଶକ୍ତି ସହ ସମାନ: ନାସା

ନ୍ୟୁୟର୍କ,୨୧ା୯: ମହାକାଶରୁ ପୃଥିବୀ ଆଡ଼କୁ ଆସୁଥିବା ଏକ ବିରାଟକାୟ ଉଲ୍‌କାପିଣ୍ଡ ପୃଥିବୀକୁ ଧ୍ୱଂସ କରିବ ବୋଲି ନାସାର ବୈଜ୍ଞାନିକମାନେ କହିଛନ୍ତି। ବୈଜ୍ଞାନିକମାନେ ପ୍ରକୃତ ତାରିଖ ବି କହିସାରିଲେଣି।

ପୃଥିବୀରେ ବିପର୍ଯ୍ୟୟ ବିଷୟରେ ଅନେକ ସମୟରେ ଆଲୋଚନା ହୋଇଥାଏ। ଅନେକ ଲୋକ ମଧ୍ୟ ଅନୁମାନ କରନ୍ତି। କିନ୍ତୁ ବର୍ତ୍ତମାନ ନାସାର ବୈଜ୍ଞାନିକମାନେ ଏପରି ଏକ ସୂଚନା ଶେୟାର କରିଛନ୍ତି, ଯାହା ପୃଥିବୀ ଆଡକୁ ଆସୁଥିବା ବିନାଶକୁ ସୂଚାଉଛି। ବୈଜ୍ଞାନିକ ପ୍ରଥମ ଥର ପାଇଁ କହିଛନ୍ତି ଯେ, ମହାକାଶରୁ ପୃଥିବୀ ଆଡ଼କୁ ଏକ ବିଶାଳ ଉଲ୍‌କାପିଣ୍ଡ ଆସୁଛି। ଯାହାର ଶକ୍ତି ୨୨ ପରମାଣୁ ବୋମା ସହିତ ସମାନ। ଯଦି ଏହା ପୃଥିବୀକୁ ଆଘାତ କରେ, ତେବେ ଏହା ବିରାଟ ବିନାଶର କାରଣ ହେବ। ବୈଜ୍ଞାନିକ ଏହାର ସଠିକ ତାରିଖ ମଧ୍ୟ ଦେଇଛନ୍ତି। ତଥାପି ଆପଣ ଭୟ କରିବାର ଆବଶ୍ୟକତା ନାହିଁ। କାରଣ ଏଥର ବହୁତ ଦୂରରେ ରହିଛି।

ଏକ ରିପୋର୍ଟ ଅନୁଯାୟୀ, ବେନୁ ନାମକ ଏହି ଉଲ୍‌କାପିଣ୍ଡ ଆମ ପୃଥିବୀ ଆଡକୁ ଆସୁଛି। ଯଦିଓ ଏହା ପ୍ରତି ୬ ବର୍ଷରେ ପୃଥିବୀର ଅତି ନିକଟବର୍ତ୍ତୀ ହୁଏ, ତେବେ ଅଧିକ ଚିନ୍ତା ଅଛି। କାରଣ ସେହି ଦିନ ମଧ୍ୟ ଆସିପାରେ ଯେତେବେଳେ ଏହା ପୃଥିବୀକୁ ଶକ୍ତ ଆଘାତ କରିବ। ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ଧକ୍କା ଏତେ ବିପର୍ଯ୍ୟସ୍ତ ହେବ ଯେ, ୨୨ଟି ଆଣବିକ ବୋମା ସହିତ ସମାନ ବିସ୍ଫୋରଣ ହେବ। ଏହା ପୃଥିବୀରେ ଏକ ଛିଦ୍ର ମଧ୍ୟ ସୃଷ୍ଟି କରିପାରେ। ଆପଣ କଳ୍ପନା କରନ୍ତୁ ତ, ହିରୋସୀମା ଏବଂ ନାଗାସାକି କଥା। ୨୨ ପରମାଣୁ ବୋମା ଶକ୍ତି ଥାଇ ଏହା ଧକ୍କା ଖାଇଲେ ପୃଥିବୀର ବିନାଶ ନିଶ୍ଚତ ଘଟିବ।

୧୯୪୫ରେ ହିରୋସୀମା ଉପରେ ଲିଟିଲ ବଏ ପରମାଣୁ ବୋମା ପ୍ରାୟ ୦.୦୧୫ ମେଗାଟନ ଟିଏନ୍‌ଟି ଶକ୍ତିଯୁକ୍ତ ଥିଲ। ତେବେ ଯଦି ବେନୁ ଧକ୍କା ହୁଏ, ୧୨୦୦ ମେଗାଟନ ଟିଏନ୍‌ଟି ସହିତ ସମାନ ଶକ୍ତି ହେବ। ଯାହା ହିରୋସୀମାରେ ଘଟିଥିବା ଘଟଣାର ଶହେ ଗୁଣ ଅଧିକ ହେବ।

ନାସାର ଓଏସ୍‌ଆଇଆର୍‌ଆଇଏସ୍‌-ଆର୍‌ଇଏକ୍ସମହାକାଶଯାନ ୨୦ ଅକ୍ଟୋବର ୨୦୨୦ରେ ଏହି ଉଲ୍‌କାପିଣ୍ଡର ଏକ ନମୁନା ସଂଗ୍ରହ କରିଥିଲା। ୨ ବର୍ଷର ଅଧ୍ୟୟନ ପରେ, ନାସା ଦଳ ଜାଣିବାକୁ ପାଇଲେ ଯେ, ଯଦିଓ ଏହା ପ୍ରତି ସେକେଣ୍ଡରେ ମାତ୍ର ୧୦ ସେମି ବେଗରେ ପଡ଼ିଛି, ଏହା ଭୂପୃଷ୍ଠରେ ଏକ ବଡ଼ ଛିଦ୍ର କରିଛି। ଏହି କାରଣରୁ, ଟନ ଟନ ଭାରୀ ପଥର ଆବର୍ଜନା ଚାରିଆଡ଼େ ବିଛାଡି ହୋଇଗଲା ଏବଂ ଏକ ଆଠ ମିଟର ଚଉଡା ଗର୍ତ୍ତ ସୃଷ୍ଟି ହେଲା। ଏହା ଏତେ ବିପଜ୍ଜନକ ଥିଲା ଯେ, ସେଠାରେ ଉପସ୍ଥିତ ଉପକରଣଗୁଡ଼ିକ କାମ ବନ୍ଦ କରିଦେଲା। ସୌଭାଗ୍ୟବଶତଃ ସମଗ୍ର ଅପରେଶନ ମାତ୍ର ୩୦ ସେକେଣ୍ଡ ଚାଲିଥିଲା ଏବଂ ସୁରକ୍ଷିତ ଭାବରେ ପଳାଇ ଯାଇଥିଲା।

ବର୍ତ୍ତମାନ ବୈଜ୍ଞାନିକମାନେ କହିଛନ୍ତି ଯେ, ୧୫୯ ବର୍ଷ ପରେ ଏହି ଉଲ୍‌କାପିଣ୍ଡ ପୃଥିବୀକୁ ଆସିବ। ୨୪ ସେପ୍ଟେମ୍ବର ୨୧୮୨ରେ ପୃଥିବୀ ସହିତ ଏହା ଧକ୍କା ହେବାର ସମ୍ଭାବନା ଅଛି। ତେବେ ଆମେରିକାର ସ୍ପେସ୍‌ ଏଜେନ୍ସି ନାସା କୌଣସି ପ୍ରକାରେ ଉଲ୍‌କାପିଣ୍ଡର ଦିଗ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି ଯାହା ଦ୍ୱାରା ଏହା ପୃଥିବୀ ଉପରେ ପଡ଼ିବ ନାହିଁ। ପୃଥିବୀ ୪.୫ ବିଲିୟନ ବର୍ଷରୁ ଅଧିକ ସମୟ ଧରି ରହିଆସିଛି, କିନ୍ତୁ ଏପର୍ଯ୍ୟନ୍ତ ଏହା କେବଳ ୧୯୦ ଥର ଉଲ୍‌କାପିଣ୍ଡ ସହିତ ମୁହାଁମୁହିଁ ହୋଇଛି। କେବଳ ତିନିଥର ଉଲ୍‌କାପିଣ୍ଡ ଏତେ ବଡ଼ ଥିଲା ଯେ, ଏହା ଧ୍ୱଂସ କରିବାରେ ସକ୍ଷମ ଥିଲା। ବୈଜ୍ଞାନିକମାନେ କୁହନ୍ତି, ଯେତେବେଳେ ବି ଏହା ପୃଥିବୀ ସହ ଧକ୍କା ହେବ ବିପର୍ଯ୍ୟୟ ସୁନିଶ୍ଚତ।


Enter your email to get our daily news in your inbox.

All Right Reserved By Dharitri.Com

ଘର ଉପରେ ଖସି ପଡିଲା କାର୍ଗୋ ବିମାନ

ବର୍ଲିନ,୨୬।୧୧: ପାର୍ସଲ ଏବଂ କ୍ୟୁରିଅର୍‌ ସେବା ଯୋଗାଉଥିବା ଜର୍ମାନୀର DHL କମ୍ପାନୀର ଏକ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ଏହି ଘଟଣା ୨୫...

ହିନ୍ଦୁ ସାଧୁଙ୍କ ଗିରଫକୁ ନେଇ ବାଂଲାଦେଶରେ ବଢୁଛି ହିଂସା, ଭାରତ ସରକାରଙ୍କୁ ସାହାଯ୍ୟ ମାଗିଲା ଇସ୍କନ

ଢାକା,୨୬।୧୧: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚିନ୍ମୟ ପ୍ରଭୁଙ୍କୁ ଗିରଫ କରିବା ପରେ ଉତ୍ତେଜନା ବୃଦ୍ଧି ପାଉଛି। ଚିନ୍ମୟ...

ଇଣ୍ଡୋନେସିଆରେ ବନ୍ୟା ଓ ଭୂସ୍ଖଳନ, ୧୬ ମୃତ

ଜାକର୍ତ୍ତା, ୨୬।୧୧: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ସୋମବାର ସୁଦ୍ଧା ବନ୍ୟା ଓ...

ପୃଥିବୀର ଅକ୍ଷ ୩୧.୫ ଇଞ୍ଚ ପୂର୍ବକୁ ଢଳିଛି

ସିଓଲ, ୨୬ା୧୧:ଅତ୍ୟଧିକ ଭୂତଳ ଜଳ ନିଷ୍କାସନ ଯୋଗୁ ୧୯୯୩ରୁ ୨୦୧୦ ମଧ୍ୟରେ ପୃଥିବୀର ଅକ୍ଷ ପ୍ରାୟ ୮୦ ସେଣ୍ଟିମିଟର(୩୧.୫ ଇଞ୍ଚ) ପର୍ଯ୍ୟନ୍ତ ପୂର୍ବ ଆଡ଼କୁ ଢଳିଛି।...

ଆଦାନୀ ସହ ବିଦ୍ୟୁତ୍‌ ଚୁକ୍ତିର ସମୀକ୍ଷା କରିବ ବାଂଲାଦେଶ

ଢାକା,୨୪ା୧୧: ଆଦାନୀ ଗ୍ରୁପ୍‌ ସହ ବାଂଲାଦେଶ ସରକାର ପୂର୍ବରୁ କରିଥିବା ବିଦ୍ୟୁତ୍‌ ଚୁକ୍ତିର ସମୀକ୍ଷା କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସମୟରେ ୨୦୦୯ରୁ ୨୦୨୪...

ଖୁବ୍‌ଶୀଘ୍ର ଦେବାଳିଆ ହେବାକୁ ଯାଉଛି ଆମେରିକା, ଏହାର ସମାଧାନ ପାଇଁ ଏମିତି କହିଲେ ଏଲନ ମସ୍କ

ଓ୍ବାଶିଂଟନ,୨୪ା୧୧: ଆମେରିକାର ଅର୍ଥନୀତିକୁ ନେଇ ଟେସ୍‌ଲା ତଥା ସ୍ପେସ୍‌ ଏକ୍ସ ମାଲିକ ଏଲନ ମସ୍କ ନିକଟରେ ଚିନ୍ତିତ ହୋଇଛନ୍ତି। ଆମେରିକାର ଅର୍ଥନୀତି ବିଷୟରେ ମସ୍କ ତାଙ୍କ...

ବଡ଼ ଘୋଷଣା: ମୋଦିଙ୍କୁ ଗ୍ଲୋବାଲ ଶାନ୍ତି ପୁରସ୍କାର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୧୧: ଆମେରିକାରେ ଭାରତୀୟ-ଆମେରିକୀୟମାନେ ଏକଜୁଟ ହୋଇ ଏକ ନୂତନ ସଂଖ୍ୟାଲଘୁ ସଂଗଠନ ଆରମ୍ଭ କରିଛନ୍ତି। ମେରିଲାଣ୍ଡର ଚର୍ଚ୍ଚରେ ଏକ କାର୍ଯ୍ୟକ୍ରମରେ ଆସୋସିଏସନ ଅଫ ଇଣ୍ଡିଆନ-ଆମେରିକୀୟ ମାଇନର୍‌ରିଟିଜ୍‌(ଏଆଇଏଏମ୍‌)...

ନେତାନ୍ୟାହୁଙ୍କ ନାଁରେ ଓ୍ବାରଣ୍ଟ ଜାରି କରିଥିବା ଓକିଲ ଯୌନ ଶୋଷଣ ଅଭିଯୁକ୍ତ

ଜେରୁଜେଲମ,୨୨।୧୧: ଗାଜାରେ ଯୁଦ୍ଧ ଅପରାଧ ଅଭିଯୋଗରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri