ବଲାଙ୍ଗୀରରେ ଚାଲିଛି ବେଧଡ଼କ ସେକ୍ସ ର଼୍ୟାକେଟ

ବଲାଙ୍ଗୀର ଅଫିସ,୧୩।୧୦: ବଲାଙ୍ଗୀର ସହର ଭିତରେ ବେଧଡ଼କ ଭାବେ ସେକ୍ସ ର଼୍ୟାକେଟ ଚାଲିଛି। ସହରର ଶାସ୍ତ୍ରୀନଗର ପଡାର ଏକ ଘରେ ସେକ୍ସ ର଼୍ୟାକେଟ ଚାଲିଥିବା ନେଇ ଟାଉନ ପୋଲିସକୁ ସୂଚନା ମିଳିଥିଲା। ଗୁରୁବାର ପୋଲିସର ଏକ ଟିମ୍‌ ଘର ଉପରେ ଚଢାଉ କରିଥିଲା। ତେବେ ଘର ଭିତରେ ବାହାର ରାଜ୍ୟର ପ୍ରାୟ ୮ଜଣ ଯୁବତୀ ଥିବା ସୂଚନା ମିଳିିଛି। ଏଠାରେ ଯୁବତୀମାନଙ୍କୁ ରଖି ସେକ୍ସ ର଼୍ୟାକେଟ ଚଳାଉଥିବା ଜଣାପଡ଼ିିଛି। ପୋଲିସ ଘର ଭିତରେ ଛାନଭିନ ଜାରି ରଖିଥିବା ବେଳେ ଭିତରକୁ ଗଣମାଧ୍ୟମକୁ ଛଡାଯାଉନାହିଁ। ତଦନ୍ତ ପରେ କିଏ ସେକ୍ସ ର଼୍ୟାକେଟ ଚଳାଉଥିଲା ସେନେଇ ସ୍ପଷ୍ଟ ହୋଇପାରିବ। ତେବେ ପୋଲିସ ୩ଜଣ ଗ୍ରାହକଙ୍କୁ ଥାନାକୁ ନେଇଥିବା ଜଣାପଡ଼ିଛି l

Share