Categories: ଜାତୀୟ

ପୋଲିସ ବ୍ରିଫିଙ୍ଗ୍‌ର ପରିଣାମ ମିଡିଆ ଟ୍ରାଏଲ୍‌ ନ ହେଉ

ନୂଆଦିଲ୍ଲୀ,୧୪ା୯: ଆପରାଧିକ ମାମଲାଗୁଡ଼ିକୁ ନେଇ ପୋଲିସ କର୍ମଚାରୀଙ୍କ ବ୍ରିଫି ଉପରେ ୩ ସପ୍ତାହ ମଧ୍ୟରେ ବିସ୍ତୃତ ମାନୁଆଲ ପ୍ରସ୍ତୁତ କରିବା ପାଇଁ ସୁପ୍ରିମକୋର୍ଟ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ପି.ଏସ୍‌. ନରସିଂହ ଏବଂ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସବୁ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ମାନଙ୍କୁ ମାସକ ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ନିଜ ନିଜ ପ୍ରସ୍ତାବ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରସ୍ତାବ ଦେବା ବେଳେ ଜାତୀୟ ମାନବ ଅଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି)ଙ୍କ ଇନ୍‌ପୁଟ୍‌କୁ ବିଚାରକୁ ନେବା ପାଇଁ ନିର୍ଦ୍ଦେଶ ରହିଛି। ବିଚାରାଧୀନ ମାମଲା ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସହ ସମ୍ପର୍କିତ। ପ୍ରଥମତଃ ଏନ୍‌କାଉଣ୍ଟର ବେଳେ ପୋଲିସ ଦ୍ୱାରା ଆପଣାଯାଉଥିବା ପ୍ରକ୍ରିୟା ଏବଂ ଦ୍ୱିତୀୟରେ ଜାରି ରହିଥିବା ଆପରାଧିକ ତଦନ୍ତ ସମୟରେ ମିଡିଆ ବ୍ରିଫିଙ୍ଗ୍‌ କରିବାବେଳେ ପୋଲିସକୁ ପୋଟୋକଲର ଅନୁସରଣ କରିବା ଉଚିତ।

Share