ତଦନ୍ତ ପାଇଁ ପହଞ୍ଚିଲା ମେଡିକାଲ ଟିମ୍‌

ଅମରପାଲି,୩ା୯(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ସୁରଧାପାଲି (ହୋତାପାଲି )ଗ୍ରାମରେ ସପ୍ତାହକ ମଧ୍ୟରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଦୁଇ ଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଏନେଇ ଗତ ୨୨ତାରିଖ ଧରିତ୍ରୀରେ ‘କିଡନୀ ଆକ୍ରାନ୍ତ ଆଦିବାସୀ ମହିଳାଙ୍କ ମୃତ୍ୟୁ’ ଏବଂ ଗତ ୨୭ତାରିଖରେ ‘ସ୍ବାମୀ ମରିଥିଲେ,ସ୍ତ୍ରୀ ବି କିଡନୀ ରୋଗରେ ମଲେ’ଶୀର୍ଷକ ଦୁଇଟି ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାର ଏକ ମେଡିକାଲ ଟିମ୍‌ ହୋତାପାଲି ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମେଡିକାଲ ଟିମ୍‌ରେ ଆୟୁର୍ବେଦିକ ଡାକ୍ତର ଅମିତ କୁମାର ମୁଦୁଲି, ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରିଣୀ ସ୍ବର୍ଣ୍ଣପ୍ରଭା ଜୁଏଡ,ଭାରପ୍ରାପ୍ତ ସ୍ବାସ୍ଥ୍ୟ ପରିଦର୍ଶକ ଗିରିଧାରୀ ସାହୁ ଓ ସ୍ଥାନୀୟ ଆଶାକର୍ମୀ ଶୁଭ୍ରାଙ୍ଗୀ ଲାକ୍ରା ପ୍ରମୁଖ ହୋତାପାଲିକୁ ଯାଇ କିଡ୍‌ନୀ ରୋଗରେ ମୃତକଦ୍ବୟଙ୍କ ଘରକୁ ଯାଇ ସେମାନଙ୍କ ମୃତ୍ୟୁର କାରଣ ଓ ସେମାନେ କେଉଁଠି ଓ କିପରି ଚିକିତ୍ସା ହେଉଥିଲେ ତାହାର ତଥ୍ୟ ସଂଗ୍ରହ କରିଛନ୍ତି। ଏହାସହିତ ଗ୍ରାମର କିଡ୍‌ନୀ ଆକ୍ରାନ୍ତ ସନ୍ଦେହ ଥିବା ବ୍ୟକ୍ତିଙ୍କ ରକ୍ତ ନମୁନା ସଂଗ୍ରହ କରିଛନ୍ତି। ପାନୀୟ ଜଳ ଯୋଗୁ କିଡ୍‌ନୀ ରୋଗ ବ୍ୟାପୁଥିବା ସନ୍ଦେହ କରି ଗ୍ରାମର ସମସ୍ତ ନଳକୂପର ଜଳ ନମୂନା ମଧ୍ୟ ସଂଗ୍ରହ କରିଥିବା ଜଣାପଡିଛି। ଯେଉଁମାନେ କିଡନୀ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କୁ ମାଗଣା ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ହୋତାପାଲି ଗ୍ରାମରେ ଗତ ୨୧ତାରିଖରେ ମେରି ଏକ୍କା(୫୦) ଓ ଗତ ୨୫ତାରିଖରେ ଗାନ୍ଦ ମିଞ୍ଜ(୫୨)ନାମକ ଆଦିବାସୀ ମହିଳାଙ୍କ କିଡ଼ନୀ ରୋଗରେ ମୃତ୍ୟୁ ହୋଇଥିଲା। ଏପରି କି ମୃତ ଗାନ୍ଦଙ୍କ ସ୍ବାମୀ ବୁଧୁ ମିଞ୍ଜଙ୍କ ପ୍ରାୟ ୧୧ମାସ ପୂର୍ବରୁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିଲା। ମୃତ ଗାନ୍ଦଙ୍କ ଏକମାତ୍ର ପୁଅ ଦାଦନ ଖଟୁଥିବା ବେଳେ ବଡ ଝିଅ ମାଙ୍ଗ୍ରୀତା(୧୬)ମାଟ୍ରିକ ପାସ କରି ମଧ୍ୟ ଅର୍ଥାଭାବରୁ ପାଠ ପଢି ପାରୁନାହିଁ। ସାନ ଝିଅ ଗୀତା (୧୩)ସାଗଯୋରୀ ପ୍ରକଳ୍ପ ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲେ ମଧ୍ୟ ଏବେ ତାଙ୍କ ପାଠପଢାରେ ସନ୍ଦେହ ଦେଖାଯାଇଛି। ଏଭଳି ପରିସ୍ଥିତିରେ କିଡ୍‌ନୀ ଆକ୍ରାନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହିତ ଆକ୍ରାନ୍ତଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳସମ୍ପଦର ସୁରକ୍ଷା ପାଇଁ ଶପଥ ପାଠ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ସ୍ଥିତ ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ପରିସରରେ ରବିବାର ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ...

ଦୁଇ ବାଇକ୍‌ ମୁହାଁମୁହିଁ, ଚାଲିଗଲା ଦୁଇ ଜୀବନ 

ନବରଙ୍ଗପୁର,୨୨।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ସହର ଗ୍ଲେଜ ହୋଟେଲ ସମ୍ମୁଖ ରାସ୍ତାରେ ଦୁର୍ଘଟଣା ଘଟି ୨ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ବଡ଼ଡାଇଭଟ୍ଟା ଅଞ୍ଚଳର...

ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ସଜେଇ ହେଉଛି ସହର

ରାୟଗଡ଼ା,୨୨।୧୨(ଆଶିଷ ରଞ୍ଜନ ପଣ୍ଡା)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିସେମ୍ବର ୨୬ରେ ଦୁଇ ଦିନିଆ ରାୟଗଡ଼ା ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ...

ରାତ୍ର ଜଗୁଆଳିଙ୍କ ଭରସାରେ ଅବକାରୀ ଥାନା: ଖବର ପ୍ରକାଶ ପରେ ମଧ୍ୟ ଅବକାରୀ ବିଭାଗର ଭାଙ୍ଗୁନି ନିଦ

ଥୁଆମୂଳ ରାମପୁର,୨୨।୧୧(ଦୁର୍ଗା କୀର୍ତ୍ତି) କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଥିବା ଅବକାରୀ ଅଫିସ ବାହାର ଓ ଭିତର ଗେଟ ପ୍ରାୟ ଅଧିକାଂଶ ମାସ ହେବ...

ଦୁର୍ବଳ ହେଉଛି ସଙ୍ଗଠନ: ଧରାପଡ଼ିଲେ ୧୩ ମାଓବାଦୀ

ମାଲକାନଗିରି,୨୨ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାର ଦୁଇଟି ସ୍ଥାନରୁ ୮ ଓ ସୁକମା ଜିଲା ପୋଲିସ ଦ୍ୱାରା ୪ ଲକ୍ଷ ପୁରସ୍କାର ଘୋଷିତ ୫ ମୋଟ...

ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ। ଏନେଇ ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ।...

ଶ୍ରେଷ୍ଠ ସ୍ଥାନ ଅଧିକାର କଲେ ଶ୍ୱେତାଶ୍ରୀ: ଜିତିଲେ ସ୍ବର୍ଣ୍ଣପଦକ

ଛତ୍ରପୁର,୨୨ା୧୨(ଦିଲୀପ ସାମଲ): ଭୁବନେଶ୍ୱର ସି. ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ଆୟୋଜିତ ପଞ୍ଚମ ସମାବର୍ତ୍ତନ ଉତ୍ସବରେ ବିଟେକ କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭାଗରେ ଛତ୍ରପୁରର ଶ୍ୱେତାଶ୍ରୀ ଶତପଥୀ...

ବର୍ଷା ଉଜାଡ଼ିଲା ମୁଗ ଫସଲ

ଧରାକୋଟ,୨୨ା୧୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୁଇଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଧରାକୋଟ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ଏକର ଏକର ଜମିରେ ପାଣି ଜମି ରହିଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri