ଗଛରେ ପିଟିହେଲା ଔଷଧ ବୋଝେଇ ଗାଡ଼ି

ଚନ୍ଦ୍ରପୁର,୧୪ା୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ମୁଖ୍ୟ ଚିକିତ୍ସା କେନ୍ଦ୍ରରୁ ବୁଧବାର ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିବା ଔଷଧ ବୋଝେଇ ଓଡି ୩୩ଏଏ ୫୧୨୧ ନମ୍ବର ବିଶିଷ୍ଟ ଗାଡ଼ି ପଙ୍କାଳଗୁଡ଼ି ଗ୍ରାମ ନିକଟରେ ରାସ୍ତାପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ତେବେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଗାଡ଼ି ଗୋଟେ ପଟକୁ ଟାଣି ହେବାରୁ ଡ୍ରାଇଭର ଗାଡ଼ି ଓ ନିଜର ସୁରକ୍ଷା ପାଇଁ ଉପାୟ ନ ପାଇ ଗଛରେ ପିଟି ଦେଇଥିଲେ। ଖବର ପାଇ ଚନ୍ଦ୍ରପୁର ଭାରପ୍ରାପ୍ତ ଡାକ୍ତର ସାଲୁଙ୍କୀ ପୂର୍ତ୍ତି ଘଟଣାସ୍ଥଳକୁ ଯାଇ ଡ୍ରାଇଭରଙ୍କୁ ଉଦ୍ଧାର କରି ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡ୍ରାଇଭର ବର୍ତ୍ତମାନ ସୁସ୍ଥ ଥିବାର ଜଣାପଡ଼ିଛି। ଏନେଇ ଚନ୍ଦ୍ରପୁର ଥାନାକୁ ମଧ୍ୟ ସୂଚନା ଦିଆଯାଇଛି।