ନବୀନ ଡାକିଲେ ବଡ଼ ବୈଠକ, ପହଞ୍ଚିଲେ ନେତା

ବନେଶ଼୍ବର, ୨୪।୬: ରାଜ୍ୟସଭା ଏମ୍‌ପିମାନଙ୍କୁ ନେଇ ଆଜି ନବୀନ୍‌ ନିବାସରେ ବୈଠକ ଡକାଯାଇଛି । ବିଜୁ ଜନତା ଦଳର ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଏହି ବୈଠକ ଡକାଇଛନ୍ତି । ରାଜ୍ୟସଭାରେ ଦଳର ଆଭିମୁଖ୍ୟ କିପରି ରହିବ ସେ ନେଇ ଆଜି ବୈଠକରେ ଆଲୋଚନା ହେବା ନେଇ ଜଣାପଡ଼ିଛି ।

ସୂଚନା ଥାଉକି, ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏନ୍‌ଡିଏ ସମର୍ଥନରେ ସରକାର ଗଠନ କରିଛି । ଏହାଛଡ଼ା ଦଳ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିକୁ ପରାସ୍ତ କରି ପ୍ରଥମ ଥର ପାଇଁ ସରକାର ଗଢ଼ିଛି । ଅନ୍ୟପଟେ ୱାଇଏସ୍‌ଆର କଂଗ୍ରେସକୁ ହରାଇ ଆନ୍ଧ୍ର ପ୍ରଦେଶରେ ଭାଜପା, ଟିଡିପି ଏବଂ ଜନସେନା ମେଣ୍ଟ ସରକାର କରିଛି । ଏହି ଦୁଇ ଆଞ୍ଚଳିକ ଦଳ ଲୋକସଭା ନିର୍ବାଚନରେ ମଧ୍ୟ ଖରାପ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଏହି ଦୁଇ ଦଳଙ୍କ ପାଖରେ ଏବେ ମଧ୍ୟ ଭାଜପାକୁ ବିରୋଧ କରିବା ଏବଂ କୌଣସି ବିଲ୍‌ ପାସ୍‌ କରାଇନଦେବା ଭଳି କ୍ଷମତା ରହିଛି ।

ରାଜ୍ୟସଭାରେ ବର୍ତ୍ତମାନ ୱାଇଏସ୍‌ଆର କଂଗ୍ରେସର ୧୧ ଜଣ ଏମ୍‌ପି ଥିବାବେଳେ ବିଜୁ ଜନତା ଦଳର ୯ ଜଣ ଏମ୍‌ପି ଅଛନ୍ତି। ଅନ୍ୟପକ୍ଷରେ, ଦଶ ବର୍ଷ ଶାସନ କରିବା ପରେ ମଧ୍ୟ ଭାରତୀୟ ଜନତା ପାର୍ଟିର ସଂସଦର ଉପର ଗୃହରେ ସଂଖ୍ୟାଗରିଷ୍ଠତା ନାହିଁ । ଯଦି ଏହାର ସହଯୋଗୀ ଏମ୍‌ପିଙ୍କ ସଂଖ୍ୟା ଯୋଡ଼ି ଦିଆଯାଏ ତେବେ ବି ଏହା ବିଲ୍‌ ପାସ୍‌ କରିବାକୁ ସମର୍ଥ ନୁହେଁ ।

ରାଜ୍ୟସଭାର ମୋଟ ସଦସ୍ୟଙ୍କ ସଂଖ୍ୟା ୨୪୫ ହୋଇଥିବା ବେଳେ କୌଣସି ବିଲ ପାସ କରିବାକୁ, ୧୨୩ ଏମ୍‌ପିଙ୍କ ସମର୍ଥନ ଆବଶ୍ୟକ ହେବ । ବର୍ତ୍ତମାନ ସମସ୍ତ ଏନଡିଏ ସହଯୋଗୀ ଦଳର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ମାତ୍ର ୧୧୭, ଯାହା ସଂଖ୍ୟାଗରିଷ୍ଠତାଠାରୁ ୬ ସଦସ୍ୟ କମ୍‌। ଏଭଳି ପରିସ୍ଥିତିରେ, ୱାଇଏସ୍‌ଆର କଂଗ୍ରେସ କିମ୍ବା ବିଜୁ ଜନତା ଦଳ ବିନା ସମର୍ଥନରେ ଉପର ଗୃହରେ କୌଣସି ବିଲ ପାସ କରିବା ସହଜ ହେବ ନାହିଁ। ଆଗାମୀ ଦିନରେ ଅତି କମରେ ୬ଟି ଖାଲି ସିଟ ଜିତିବାକୁ ଭାଜପା ନିଶ୍ଚୟ ଚେଷ୍ଟା କରିବ । ତେବେ ସରକାର ହରାଇବା ପରେ ମଧ୍ୟ ଏବେ ବିି ୱାଇଏସ୍‌ର କଂଗ୍ରେସ ଏବଂ ବିଜୁ ଜନତା ଦଳ ରାଜ୍ୟସଭାରେ କ୍ଷମତାପୂର୍ଣ୍ଣ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ୨ ଦିନ ପର୍ଯ୍ୟନ୍ତ ବର୍ଷା

ଭୁବନେଶ୍ୱର,୨୩।୨: ରାଜ୍ୟରେ ତାତି ବଢ଼ିବା ବେଳେ ଝଡ଼ବର୍ଷା ସାମାନ୍ୟ ଆଶ୍ବସ୍ତି ଆଣିଦେଇଛା । ଆଗାମୀ ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବ ବୋଲି...

ପୁଣି ପଳାସୁଣୀ ଛକ ନେଲା ମୁଣ୍ଡ: ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ତିନି ଟ୍ରକ୍

ଭୁବନେଶ୍ୱର, ୨୩।୨: ଏକ ଦୁଃଖଦ ଘଟଣାରେ, ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ପଳାସୁଣୀ ଛକରେ ତିନୋଟି ଟ୍ରକ୍ ଜଣେ ଉପରେ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି।...

୩ ଦିନିଆ ୟୁପି ଗସ୍ତରେ ମୁଖ୍ୟମନ୍ତ୍ରୀ: ପ୍ରୟାଗରାଜ କୁମ୍ଭମେଳାରେ ବୁଡ଼ ପକାଇବେ

ଭୁବନେଶ୍ୱର, ୨୩।୨: ରବିବାରଠାରୁ ଉତ୍ତର ପ୍ରଦେଶକୁ ତିନି ଦିନିଆ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରୟାଗରାଜରେ ମହାକୁମ୍ଭ ମେଳାରେ ଅଂଶଗ୍ରହଣ କରିବେ। ସୂତ୍ର...

ବଡ଼ ଭଉଣୀ ପ୍ରତି ହେଉଥିବା ଅସଦାଚରଣ ଦେଖିଦେବାରୁ ସାନଭାଇଙ୍କୁ ହତ୍ୟା

ରାଜକନିକା,୨୩।୧(ସଞ୍ଜୟ କୁମାର ଦାଶ): ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯିବା ଦେଖିଦେବାରୁ ତାଙ୍କ ସାନଭାଇଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି। ଏହାପରେ ଏହାକୁ ଆତ୍ମହତ୍ୟାର ରୂପ...

ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ଢେଙ୍କାନାଳ,୨୩।୧(ରତନ ନାୟାର): ଶୋଇଥିବା ବେଳେ ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି କଳାଙ୍ଗ...

ଏନ୍‌ଇପିର ଭାଷା ନୀତିକୁ ନେଇ ବିବାଦ

କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ରେ ବିଦ୍ୟାଳୟଗୁଡ଼ିକରେ ୩ ଭାଷା ନୀତି ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ରାଜ୍ୟରେ ମାତୃଭାଷା କିମ୍ବା ଆଞ୍ଚଳିକ ଭାଷାକୁ ପ୍ରଥମ...

KIIT ଜମି….,ଜବରଦଖଲ ଜମିକୁ ଅବରୋଧମୁକ୍ତ କରିବାକୁ ସ୍ପେଶାଲ ଡ୍ରାଇଭ ହେବ: ମନ୍ତ୍ରୀ ହରିଚନ୍ଦନ

ଭୁବନେଶ୍ୱର,୨୩ା୨(ସୁନିତ୍‌ ମିଶ୍ର): କିଟ୍‌ରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣା ପରେ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନେକ ଜମି ଦୁର୍ନୀତି କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି। ଏହି...

ଚତୁର୍ଥୀ ଦିନ ନବବଧୂ ଧରିଲେ ପ୍ରେମିକ ହାତ

ତାଳଚେର,୨୩ା୨(ମନୋଜ ନନ୍ଦ): ରୀତିନୀତିରେ ମନ୍ଦିରରେ ହୋଇଥିଲା ବିବାହ। ନବବଧୂଙ୍କୁ ଧରି ଘରକୁ ଫେରିଥିଲେ ବର। ଚତୁର୍ଥୀ ପାଇଁ ବରପକ୍ଷ ସମସ୍ତ ଆୟୋଜନ ଶେଷ କରିଥିଲେ। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image