ପଠାନରେ କେମିଓ କରିବେ ଟାଇଗର

ପୁଣି ଥରେ ଏକାଠି ନଜର ଆସିବେ ବଲିଉଡ୍‌ର ଦୁଇ ସୁପର ଷ୍ଟାର ଶାହାରୁଖ ଓ ସଲମାନ ଖାନ। କିଙ୍ଗ୍‌ ଖାନଙ୍କ ଅପ କମିଂ ଫିଲ୍ମ ‘ପଠାନ’ରେ ସଲମାନ ଏକ ଗୁରୁତ୍ୱପୂର୍ଣ୍ଣ କେମିଓ କରିବେ। ପ୍ରଥମ ଥର ପାଇଁ ର’ ଏଜେଣ୍ଟ ଭୂମିକାରେ ଅବତ୍ତୀର୍ଣ୍ଣ ହେଉଥିବା ଶାହାରୁଖଙ୍କୁ ଫିଲ୍ମର ଏକ ଦୃଶ୍ୟରେ ସାହାଯ୍ୟ କରିବେ ଟାଇଗର। ଫିଲ୍ମରେ ସଲମାନ ୨୦ ମିନିଟ୍‌ର ଲମ୍ବା କେମିଓ କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ଫିଲ୍ମରେ ଦୁହେଁ ଖୁବ୍‌ ଆକଶନ କରିବେ।

ବର୍ତ୍ତମାନ ରୁଷିଆର ଏକ ସିନ ୟଶ ରାଜ ଷ୍ଟୁଡିଓରେ ଶୁଟିଂ ଚାଲିଛି। ଏହି ଦୃଶ୍ୟରେ ଶାହାରୁଖଙ୍କୁ ପ୍ରତିପକ୍ଷ ଏଜେଣ୍ଟଙ୍କ ଠାରୁ ରକ୍ଷା କରିବେ ଟାଇଗର ବୋଲି ସୂତ୍ରରୁ କୁହାଯାଇଛି। ଫିଲ୍ମରେ ଜନ ଆବ୍ରାହମ ଓ ଦୀପିକା ପାଦୁକୋଣ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

Share