କଦଳୀ ଚାଷ କରି ଲକ୍ଷପତି

ନୂଆପଡା,୫।୪ (ମକାରୁ ବେମାଲ):ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ମିଛାପାଲି ପଞ୍ଚାୟତ ବରକୋଟ ଗାଁର ଚାଷୀ କଦଳୀ ଚାଷ କରି ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାର ଯୋଗାଉଛନ୍ତି। ୧୦ ପରିବାର ଦାଦନ ଯାଉଥିଲେ କଦଳୀ ଚାଷ କଲା ପରେ ଗାଁରେ କାମ କରି ପରିବାର ପୋଷଣ କରୁଛନ୍ତି। ଆଗ ଛତିଶଗଡରୁ କଦଳୀ ଆସୁଥିଲା, ଏବେ ଛତିଶଗଡକୁ ଯାଉଛି। ବରକୋଟ ଗାଁର ଲୋକେ ପାରମ୍ପରିକ ଚାଷ ଧାନ, ମାଣ୍ଡିଆ, ଗୁର୍ଜି, ବିରି, ମୁଗ, ହରଡ ଭଳି ଚାଷ କରି ଆସୁଥିଲେ ା ଏହି ଚାଷମାନଙ୍କରେ ଆୟ କମ ହେଉଥିବାରୁ ପନିପରିବା ଚାଷ ଆରମ୍ଭ କରିଥିଲେ ା ଭଲ ଦୁଇ ପଇସା ରୋଜଗାର ଆଶାରେ ଚାଷୀ ପନିପରିବା ଚାଷ ଆଳୁ,ପିଆଜ,ବାଇଗଣ,ପାତଳଘଂଟା, ଲଙ୍କା, ଭେଣ୍ଡି, କଲରା, ପୋଟଳ, ଝୁଲେର ଇତ୍ୟାଦି ଭଳି ଚାଷ କରି ଭଲ ହୋଇଥିଲେ ମଧ୍ୟ ସାଇତି ରଖିବା ପାଇଁ ଶୀତଳଭଣ୍ଡାର କିମ୍ବା ମଣ୍ଡି ବ୍ୟବସ୍ଥା ନ ଥିବାରୁ ଖୁଚୁରା ବେପାରୀଠାରେ କମ ଦରରେ ବିକ୍ରୟ କରୁଥିଲେ ା ଯାହା ବଳକା ରହୁଥିଲା ତାହା ପଚିସଢି ନଷ୍ଟ ହୋଇଯାଉଥିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡେ ା ନୂଆପଡା ଉଦ୍ୟାନ ବିଭାଗ ଅଧିକାରୀମାନେ ଏହି ଚାଷ ସହ କଦଳୀ ଚାଷ କରି ଅଧିକ ଲାଭବାନ ହେବ। ୫ ଜଣ ଚାଷୀଙ୍କୁ ଏକା ସାଙ୍ଗରେ ବିହନ ଯୋଗାଇ ଦିଆଯିବ ବୋଲି କହିବାରୁ ଗାଁର ୫ଜଣ ଚାଷୀ ବାବୁଲାଲ ସାହୁ, ଗୁଣନିଧି ସାହୁ, ଧନୁ ସାହୁ, ଭାନୁମତି ସାହୁ ଓ ସଞ୍ଜୟ ସାହୁ ନିଜ କାଗଜାତ ସବୁ ଉଦ୍ୟାନ ବିଭାଗ ନର୍ସରୀ ତରବୋଡକୁ ଯାଇ ଦେଲେ। ଉଦ୍ୟାନ ବିଭାଗ ତରଫରୁ ୨୦୨୩ ମାର୍ଚ୍ଚରେ ଜଣେ ଚାଷୀଙ୍କୁ ଏକର ପ୍ରତି ଜମି ପାଇଁ ୧,୨୩୪ ଲେଖାଏ କଦଳୀ ଚାରା ଓ ପାଣି ଦେବା ପାଇଁ ଡ୍ରିପ ମାଗଣାରେ ଦେଇ ୯ ହଜାର ଟଙ୍କା ଲେଖାଏ ଚାଷ କାର୍ଯ୍ୟରେ ଲଗାଇବା ପାଇଁ ସହାୟତା ରାଶି ୫ ଜଣ ଚାଷୀଙ୍କୁ ଦେଇଥିଲେ। ଚାଷୀ ଗତ ମାର୍ଚ୍ଚରେ ଚାରା ଲଗାଇ ବର୍ତ୍ତମାନ ଅମଳ କରି ବିକ୍ରୟ କରୁଛନ୍ତି ା କଦଳୀ ଚାଷ ଗୋଟିଏ ବର୍ଷ ଭିତରେ ଅମଳ ହୋଇ ଯାଇଥାଏ ା ଗୋଟିଏ କେଣ୍ଡାରେ ୨୫ ରୁ ୩୫ କିଲୋଗ୍ରାମ କଦଳୀ ବାହାରୁଛି ା ଏକରକୁ ୩୦ ରୁ ୩୫ ଶହ କୁଇଣ୍ଟାଲ କଦଳୀ ଉପତ୍ାଦନ କରୁଛନ୍ତି। କଦଳୀ ପାଇଁ ସ୍ବତନ୍ତ୍ର ବଜାର ନ ଥିବାରୁ ଖୁଚୁରା ବେପାରୀଠାରେ ୧୨ ରୁ ୧୫ ଟଙ୍କା ଭିତରେ ବିକ୍ରୟ କରୁଛନ୍ତି। ୧୫ ଟଙ୍କାରେ ବିକ୍ରୟ କଲେ ମଧ୍ୟ ଜଣେ ଚାଷୀ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରି ଲାଭବାନ ହୋଇଛନ୍ତି। ଶିତଳ ଭଣ୍ଡାର ନ ଥିବାରୁ କମ ଦରରେ ଚାଷୀ ବିକ୍ରୟ କରି ଦେଉଛି। ରଖିବା ପାଇଁ ଉପଯୁକ୍ତ ସ୍ଥାନ ଥିଲେ ଚାଷୀ ଅଧିକ ଲାଭବାନ ହୋଇ ପାରନ୍ତା। କମ ଦରରେ ବିକ୍ରୟ କରି ମଧ୍ୟ ଭଲ ଆଦାୟ ହୋଇଛି ବୋଲି ଚାଷୀମାନେ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତିି। ଉଦ୍ୟାନ ବିଭାଗର ଅଧିକାରୀମାନଙ୍କୁ ସାଧୁବାଦ ଜଣାଇଛନ୍ତି। କଦଳୀ ଚାଷ ଦ୍ୱାରା ନିଜେ ଉପକୃତ ହେବା ସହ ଗାଁର ୧୦ ପରିବାରର ଲୋକ ଉପକୃତ ହେଉଛନ୍ତି। ଶ୍ରମିକମାନେ ଦାଦନ ଯାଉଥିଲେ। କଦଳୀ ଚାଷ କଲା ପରେ କାମ କରି ଦାଦନ ଯିବା ଛାଡି ଦେଇଛନ୍ତି। ସବୁବେଳେ ୧୦ ଜଣ ଶ୍ରମିକ କାମ କରୁଛନ୍ତି। ଅଞ୍ଚଳର ଲୋକେ ସତେଜ କଦଳୀ କମ ଦରରେ ପାଉଛନ୍ତି ଓ ଖରିଆର ରୋଡର ବେପାରୀମାନେ କୁଇଣ୍ଟାଲ, କୁଇଣ୍ଟାଲ କଦଳୀ ଗାଡିରେ ନେଇ ଛତିଶଗଡ ରାଜ୍ୟ ବାଗବାହାରା, ମହାସମୁନ୍ଦ, ଆରଙ୍ଗ, କୋମାଖାନ ଭଳି ସ୍ଥାନକୁ ପଠାଉଛନ୍ତି। ସବୁ ଚାଷୀଙ୍କ ପାଇଁ ଶିତଳଭଣ୍ଡାର ଓ ମଣ୍ଡିର ବ୍ୟବସ୍ଥା କରାଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ହରେକୃଷ୍ଣ ହାଁସଦାଙ୍କୁ ପଚାରିବାରୁ ଆମେ ପାରମ୍ପାରିକ ଚାଷ ଛାଡି ଅର୍ଥକାରୀ ଫସଲ ଚାଷ କରିବା ପାଇଁ ଉପଦେଶ ଦେଇଥିଲୁ। ସୁନାବେଡା ଅଭୟାରଣ୍ୟ ପାଦଦେଶରେ ଥିବା ବରକୋଟ ଗାଁରେ ୫ ଜଣ ଚାଷୀ କଦଳୀ ଚାଷ କରିଛନ୍ତି। ଏକରକୁ ୪/୫ ଲକ୍ଷ ଟଙ୍କା ଲାଭ ହେବ ବୋଲି କହିଥିଲୁ। ଚାଷୀ ସେତିକି ଲାଭ ମଧ୍ୟ ପାଇଛନ୍ତି। ଆଗକୁ ମଧ୍ୟ ଉଦ୍ୟାନ ବିଭାଗ ତରଫରୁ ସହାୟତା ଦିଆଯିବ ବୋଲି କହିଛନ୍ତିା


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri