Categories: ଜାତୀୟ

ଜଣେ ମନ୍ତ୍ରୀଙ୍କ ପାଖରେ ୧୩ ବିଭାଗ,ଏବେ ଆଇନ ବି ପକେଟରେ…

ନୂଆଦିଲ୍ଲୀ,୯।୧୨ : ଉପରାଜ୍ୟପାଳ ଭି.କେ ସାକ୍ସେନା ଆଇନ ବିଭାଗ ସହ ଜଡିତ ଫାଇଲଗୁଡ଼ିକୁ ମନ୍ତ୍ରୀଙ୍କ ଅନୁମୋଦନ ବିଳମ୍ବରେ ଦର୍ଶାଇ ପ୍ରତ୍ୟାହାର କରିବାର  ଦିନକ ପରେ ଦିଲ୍ଲୀ ମନ୍ତ୍ରୀ କୈଲାଶ ଗେହଲଟଙ୍କଠାରୁ ଆଇନ ବିଭାଗକୁ ଫେରାଇ ନିଆଯାଇଛି ଏବଂ ଆଇନ ବିଭାଗ ପୁନର୍ବାର ମନ୍ତ୍ରୀ ଆତିଶି ମର୍ଲେନାଙ୍କୁ ହସ୍ତାନ୍ତର କରାଯାଇଛି। ଏଥିସହ ଗେହଲଟଙ୍କୁ ମହିଳା ଏବଂ ଶିଶୁ ବିକାଶ ବିଭାଗ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହା ପୂର୍ବରୁ ଆତିଶିଙ୍କ ପାଖରେ ରହିଥିଲା।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ କାର୍ଯ୍ୟାଳୟ (ସିଏମଓ) ଦ୍ୱାରା ଦାଖଲ ହୋଇଥିବା ପୋର୍ଟଫୋଲିଓ ପରିବର୍ତ୍ତନ ସୁପାରିଶକୁ ଦିଲ୍ଲୀ ଉପରାଜ୍ୟପାଳ ଅନୁମୋଦନ କରିଛନ୍ତି। ୧୩ ଟି ବିଭାଗ ସହିତ ଆତିଶିଙ୍କ ପାଖରେ ସର୍ବାଧିକ ସଂଖ୍ୟକ ବିଭାଗ ଅଛି। ଜୁନ ମାସରେ ରାଜସ୍ବ, ଯୋଜନା ଏବଂ ଅର୍ଥ ପୋର୍ଟଫୋଲିଓ, ଯାହା ପୂର୍ବରୁ ଗେହଲଟଙ୍କ ପାଖରେ ଥିଲା ତାହା ଆତିଶିଙ୍କୁ ହସ୍ତାନ୍ତର କରାଯାଇଥିଲା। ତାଙ୍କ ଅଧୀନରେ ଥିବା  ପ୍ରମୁଖ ବିଭାଗଗୁଡ଼ିକ ମଧ୍ୟରେ ଶିକ୍ଷା, ଜନ କାର୍ଯ୍ୟ ବିଭାଗ, ବିଦ୍ୟୁତ  ଅନ୍ତର୍ଭୁକ୍ତ । ମୁଖ୍ୟମନ୍ତ୍ରୀଙ୍କ ପାଖରେ କୌଣସି ବିଭାଗ ନାହିଁ। ସମସ୍ତ ମନ୍ତ୍ରୀଙ୍କ ଉପରେ ନଜର ରଖିବା ମୁଖ୍ୟମନ୍ତ୍ରୀଙ୍କ କାମ ବୋଲି ଆତିଶି କହିଛନ୍ତି।

 

Share