ନାବାଳିକା ଜନ୍ମଦେଲେ ମୃତ ଶିଶୁ  କନ୍ୟା

ପୁରୁଷୋତ୍ତମପୁର,୬।୩ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ମହିଳା ଓ ଶିଶୁଙ୍କ ସୁରକ୍ଷା ଦିଗହରା ହୋଇପଡିଛି। ନିରିହ ଗରିବ ଶ୍ରେଣିର ନାବାଳିକା ଓ ଯୁବତୀମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଓ ଧମକ ଦେଇ ବିଭିନ୍ନ ସମୟରେ ବଳକ୍ତାର କରାଯାଉଛି। ଏଭଳି ଏକ ପରିସ୍ତିର ଶିକାର ହୋଇ ଜଣେ ୧୭ ବର୍ଷିୟା ନାବାଳିକା ମଙ୍ଗଳବାର ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅପ୍ରାପ୍ତ ମୃତ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଏହିଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ଗୁରୁତର ସହ ନେଇ ଆଇଆଇସି ବିପିନ ବିହାରି ହୋତା  କେସ ନଂ. ୧୩୭/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ଏସଆଇ ଆଦିତ୍ୟ ନାରାୟଣ ପାତ୍ର ଓ ଏସଆଇ ସୁଶାନ୍ତକୁମାର ମିଶ୍ରଙ୍କୁନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି।  ବିଭିନ୍ନ ସ୍ତାନରେ ଚଢାଉ ଚାଲିଛି। ଘଟଣାକୁନେଇ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାଅନୁଯାୟୀ,
ମଙ୍ଗଳବାର ଅପରାହ୍ନରେ ନାବାଳିକା ତାଙ୍କ ବାପାଙ୍କ ସହ ପେଟରେ ଜନ୍ତ୍ରଣା ହେଉଥିବା  ନେଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଏହି ସମୟରେ ଡାକ୍ତର ଚିକିତ୍ସା କରିବା ବେଳେ ନାବାଳିକା ମୃତ ଶିଶୁ କନ୍ୟାଙ୍କୁ  ଜନ୍ମଦେଇଥିଲେ।  ଏହି ମୃତ  ଶିଶୁଟି ଅପ୍ରାପ୍ତ ୪ରୁ ୫ ମାସର ହୋଇଥିବା ଏବଂ  ସ୍ବସ୍ଥ୍ୟକେନ୍ଦ୍ରକୁ ଆସିବା ପୂର୍ବରୁ ନାବାଳିକାଟି ଅନ୍ୟକେଉଁ ସ୍ତାନରେ କିଛି ଔଷଧ ଓ ଇଞ୍ଜେକଶନ ନେଇଥିବାରୁ ଏଭଳି ପେଟରେ ଶିଶୁଟିର ମୃତ୍ୟୁ ଘଟିଥିବାର  ନେଇ ଚିକିସା କରୁଥିବା ଡାକ୍ତର ଶୁଭାସିଶ ଗୋସ୍ବାମୀ କହିଛନ୍ତି। ଏପରିକି ଘଟଣାକୁନେଇ ସେ ପୋଲିସକୁ ଲିଖିତ ଭାବରେ ଜଣାଇଥିବା ନେଇ କହିଛନ୍ତି। ପ୍ରସବ ପରେ ନାବାଳିକା ସୁସ୍ତଥିବା ଜଣାପଡ଼ିଛି। ନାବାଳିକାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଏହାର ସୁଯୋଗ ନେଇ ଯୁବକ ଜଣକ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିଲେ। ପରେ ନାବାଳିକାଙ୍କର ଏପରି ଅବସ୍ଥା ହୋଇଥିଲା।