ବଜାରକୁ ଯାଇ ଘରକୁ ଫେରିନାହାନ୍ତି ନାବାଳକ ପୁଅ, ଥାନାରେ ଅଭିଯୋଗ କଲେ ବାପା

କୋକସରା,୭ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମଜୁରସାହି ଗ୍ରାମର ବନ ବିହାରୀ ନିଆଲଙ୍କ ୧୪ ବର୍ଷର ପୁଅ ଦିନେଶ କୁମାର ନିଆଲ ( ଚିଣ୍ଟୁ ) ମଙ୍ଗଳବାରଠାରୁ ନିଖୋଜ ଅଛନ୍ତି। ଏନେଇ ତାଙ୍କ ବାପା କୋକସରା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଦିନେଶ ଚଳିତ ବର୍ଷ ଅଷ୍ଟମ ଶ୍ରେଣୀର ଛାତ୍ର ରହିଥିଲେ। ମଙ୍ଗଳବାର ଦିନେଶ ନିକଟସ୍ଥ ଫୁପଗାଁ ସାପ୍ତାହିକ ବଜାରକୁ ଯାଇ ଆଉ ଘରକୁ ଫେରିନାହାନ୍ତି। ପରିବାର ବର୍ଗ ପକ୍ଷରୁ ଦିନେଶଙ୍କ ସାଙ୍ଗସାଥୀଙ୍କୁ ପଚାରିବା ସହ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ନ ମିଳିବାରୁ ବୁଧବାର କୋକସରା ଥାନାରେ ନିଖୋଜ ରହିଥିବା ନେଇ ଅଭିଯୋଗ କରିଛନ୍ତି। ଏନେଇ କୋକସରା ଥାନାରେ କେସ୍‌ ନଂ. ୧୫୬/୨୩ରେ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ କୋକସରା ଥାନାଅଧିକାରୀ ପ୍ରସନ୍ନ କୁମାର ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri