୫୦ଟଙ୍କା ପାଇଁ ନାବାଳକଙ୍କ ଆତ୍ମହତ୍ୟା

ଟେନ୍‌ସା,୧୧।୮(ଡି.ଏନ୍‌.ଏ.): ମା’ଙ୍କୁ ମାଗିଲେ ୫୦ଟଙ୍କା ଦିଅ। ମିଟିଂରୁ ଫେରେ ତତେ ଟଙ୍କା ଦେବି କହି ମା’ ଗ୍ରାମକୁ ଗ୍ରୁପ ମିଟିଂ କରିବାକୁ ଚାଲି ଯାଇଥିଲେ। ଏତିକିରେ ନାବାଳକ ରାଗି ଯାଇ ଘର ଭିତରେ ଥିବା ରୁଅରେ ଏକ ଧୋତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ବଲଡ଼ିହି ଗ୍ରାମରେ। ଗ୍ରାମର ମଙ୍ଗୁଳି ନାଏକଙ୍କ ଦୁଇ ବର୍ଷ ତଳେ ମୃତ୍ୟୁ ଘଟିଛି। ଘରେ ତାଙ୍କ ସ୍ତ୍ରୀ ସହିତ ନାବାଳକ ପୁଅ ଝିଅ ଥିଲେ। ପୁଅ ସଞ୍ଜୟ (୧୬) ଗୁରୁବାର ସନ୍ଧ୍ୟାରେ ୫୦ ଟଙ୍କା ପାଇଁ ଆତ୍ମହତ୍ୟା କରିଛନ୍ତି। ଏ ସମ୍ପର୍କରେ କୋଇଡ଼ା ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଛି।

Share