ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ: ୨ ଗୁରୁତର

ନୟାଗଡ଼ ଅଫିସ, ୨୫।୪: ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଭାପୁର ଥାନା ଭାଲୁଖାଇ ଗାଁରେ। ଗୁରୁତରଙ୍କୁ ଭାପୁର ଡେିକାଲରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗାଁରେ ପୋଖରୀ ଖୋଳା ହେଉଥିବା ଦେଖିବା ସମୟରେ ଏଭଳି ଅଘଟଣ ଘଟିଥିଲା। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଥିଲେ।