ବରପାଲି, ୧୦।୫(ଡି.ଏନ୍.ଏ.): ବରଗଛ ଡାଳ ମୁଣ୍ଡରେ ପଡି ଯିବାରୁ ବରଗଡ଼ ଜିଲା ଭଟିଗାଁ ଗ୍ରାମରେ ମଙ୍ଗଳବାର ଜଣେ ନାବାଳିକାର ମୃତ୍ୟୁ ଘଟିଛି । ମୃତ ନାବାଳିକା ହେଲେ ଉକ୍ତ ଗ୍ରାମର ସୁଶୀଲ ଭୁଏଙ୍କ ଝିଅ ସୋନାଲି ଭୁଏ(୧୫)। ସକାଳ ପ୍ରାୟ ୧୦ ଟା ସମୟରେ କୌଣସି କାମରେ ଘର ପାଖ ବେଳବନ୍ଧକୁ ଯାଇଥିଲେ। ସେଠାରୁ ଫେରୁଥିବା ସମୟରେ ବରଗଛର ଏକ ଡାଳ ହଠାତ ଛିଣ୍ଡି ସୋନାଲିର ମୁଣ୍ଡରେ ପଡିଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ବରପାଲି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ଡାକ୍ତର ପଠାଇଥିଲେ। ହେଲେ ଯିବା ବାଟରେ ତାଙ୍କ ମୃତ୍ୟୁ ହୋଇଛି। ତେବେ ସେ ଏ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। କିଛି ବର୍ଷ ପୂର୍ବରୁ ତାଙ୍କ ବଡ଼ଭାଇର ମଧ୍ୟ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।