କୋଏଲ ନଦୀରେ ବୁଡ଼ି ନାବାଳକଙ୍କ ଜୀବନଗଲା

ରାଉରକେଲା,୭।୭(ସଂଗୀତା ଜେନା): ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଜମସେରା ଘାଟ କୋଏଲ ନଦୀରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଖବରପାଇ ଘଟଣାସ୍ଥଳରେ ରାଉରକେଲା ଅଗ୍ନିଶମ ଟିମ୍‌ ପହଞ୍ଚି ମୃତଦେହ ଜବତ କରିଛି। ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।