ରାଇରଙ୍ଗପୁର,୨୭ା୧୦(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ଯାମଦା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ନାବାଳିକା ତାଙ୍କ ଘର ନିକଟସ୍ଥ ପଡ଼ିଆକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଜନୈକ ଯୁବକ ଜବରଦସ୍ତ ବଳାତ୍କାର କରି ଘଟଣାସ୍ଥଳରୁ ଖସି ପଳାଇଥିଲେ। ଏନେଇ ପୀଡ଼ିତା ଶୁକ୍ରବାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ ୮୭/୨୦୨୩ ) ରୁଜୁ କରି ତଦନ୍ତ ଜାରି ରଖିଛି।