ଜଣେ ବରକୁ ୨ ଥର ବିବାହ କଲେ ନାବାଳିକା

ନୟାଗଡ଼ ଅଫିସ,୧୯।୧: ମଙ୍ଗଳବାର ସନ୍ଧ୍ୟାରେ ନୟାଗଡ଼ ଚାଇଲ୍ଡ ଲାଇନ ବିବାହ ବେଦୀରୁ ଉଠାଇ ଆଣିଥିବା ଜଣେ ୧୫ ବର୍ଷର ନାବାଳିକା ବିଳମ୍ବିତ ରାତିରେ ପୁନଃ ବିବାହ କରିଥିବା ଅଭିଯୋଗ ହୋଇଛି । ଜଣେ ବରକୁ ନାବାଳିକା ଗୋଟିଏ ଦିନରେ ଦୁଇଥର ବିବାହ କରିବା ଘଟଣା ଚର୍ଚ୍ଚକୁ ଆସିଛି। ଏଭଳି ଘଟଣା ପଛରେ ନୟାଗଡ଼ର ସିଡବ୍ଲ୍ୟୁସିି(ଜିଲା ମଙ୍ଗଳ ସମିତି)ର କାର୍ଯ୍ୟ ସନ୍ଦେହ ଘେରକୁ ଆସିଛି । ୧୫ ହଜାର ଟଙ୍କା ଲାଞ୍ଚ ନେଇ ସିଡବ୍ଲ୍ୟୁସି ସଭାପତି ନାବାଳିକାଙ୍କୁ ଛାଡି ଦେଇଥିବା ଅଭିଯୋଗ ହୋଇଛି। କେତେଜଣ ଦାୟିତ୍ୱହୀନ ଲୋକଙ୍କ ପାଇଁ ନୟାଗଡ଼ ଜିଲାରେ ବାଲ୍ୟ ବିବାହ ନିରୋଧ ଆଇନରେ ବ୍ୟତିକ୍ରମ ଘଟିଛି । ଏ ସଂକ୍ରାନ୍ତରେ ପ୍ରଚାର ହେବା ପରେ ନାବାଳିକା ବିବାହକୁ ପଣ୍ଡ କରାଉଥିବା ଚାଇଲ୍ଡ ଲାଇନ ପାଇଁ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେବ ବୋଲି ଅଭିଯୋଗ ହେଉଛି । ଜିଲାପାଳ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ବାଲ୍ୟ ବିବାହ ନିରୋଧ ଆଇନ ବାଟବଣା ହୋଇଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା

ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ସିପାହି ଅସୁରୁଢ଼ିପା ଅଞ୍ଚଳରେ ଜଣେ ୧୫ ବର୍ଷର ନାବାଳିକା ବିବାହ କରୁଥିଲେ । ଏହି ବିବାହ ପାଇଁ କନ୍ୟା ଓ ବର ପକ୍ଷଙ୍କ ସମ୍ମତି ଥିଲା । ଭୋଜି ଭାତ ଚାଲିଥିଲା । ବିବାହ ହେଉଥିଲା । ଖବର ପାଇ ଚାଇଲ୍ଡ ଲାଇନ ନୟାଗଡ଼ ସଦର ଥାନା ପୋଲିସ ସହାୟତାରେ ବିବାହ ବେଦୀରୁ ନାବାଳିକାଙ୍କୁ ଉଠାଇ ଆଣି ବିବାହକୁ ପଣ୍ଡ କରିଥିଲା । ସନ୍ଧ୍ୟାରେ ନାବାଳିକାଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯାଇଥିଲା । ତେବେ ସିଡବ୍ଲ୍ୟୁସି ପ୍ରସଙ୍ଗକୁ ହାଲକା ଭାବେ ନେଇ ସେହି ନାବାଳିକାଙ୍କୁ ତାଙ୍କ ମା’ବାପାଙ୍କୁ ହସ୍ତାନ୍ତର କରିଥିଲା। ସିଡବ୍ଲ୍ୟୁସିିର ସଫେଇ ଅନୁସାରେ ନାବାଳିକା ଚେତାଶୂନ୍ୟ ହୋଇ ଯିବାରୁ ତାଙ୍କ ପରିବାର ଲୋକଙ୍କ ପାଖକୁ ପଠାଇ ଦିଆଯାଇଥିଲା । ସିଡବ୍ଲ୍ୟୁସି ଡାକ୍ତରଖାନାକୁ ନ ପଠାଇ ମା’ବାପାଙ୍କୁ ହସ୍ତାନ୍ତର କରିଥିବାରୁ ନାନା ପ୍ରକାର ସନ୍ଦେହ ସୃଷ୍ଟି ହେଉଛି । ଘରକୁ ଫେରିବା ପରେ ନାବାଳିକାଙ୍କ ପୁନଃ ବିବାହ କାର୍ଯ୍ୟ ଶେଷ ହୋଇଥିଲା । ପୋଲିସ ଜାଣି ଚୁପ୍‌ ରହିଥିଲା । ଚାଇଲ୍ଡ ଲାଇନ ଜାଣି ଅଜଣା ହୋଇଗଲା । ସିଡବ୍ଲ୍ୟୁସିି ନୀରବ ରହିଗଲା। ଏସବୁ ଘଟଣା ପାଇଁ ସିଡବ୍ଲ୍ୟୁସି ସଭାପତି ଲାଞ୍ଚ ନେଇଥିବା ଅଭିଯୋଗର ତଦନ୍ତ ହେବା ଦରକାର ବୋଲି ଦାବି ଉଠିଛି ।
ଏନେଇ ଆଇନଜିବୀ ରଣଜିତ ଦାଶ କୁହନ୍ତି, ନାବାଳିକାଙ୍କୁ ଛାଡିବା ଠିକ୍‌ ନୁହେଁ। ୧୫ ହଜାର ଲାଞ୍ଚ ପାଇଁ ନାବାଳିକାଙ୍କୁ ଛାଡି ଦେବା ପରେ ଭିନ୍ନ ବାର୍ତ୍ତା ଗଲା । ନାବାଳିକା ପୁନଃ ବିବାହ କରିବାରୁ ବାଲ୍ୟ ବିବାହ ନିରୋଧ ଆଇନରେ କଳଙ୍କ ଲାଗିଲା । ଏଥିପାଇଁ କାର୍ଯ୍ୟାନୁଷ୍ଠାନ କାହିଁ। ଯେଉଁମାନେ ଏଭଳି ଅନିୟମିତତା ପଛରେ ଅଛନ୍ତି ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସିଡବ୍ଲ୍ୟୁସି ସଭାପତି ସନ୍ତୋଷ କୁମାର ସାହୁ କୁହନ୍ତି, ନାବାଳିକା ସିଡବ୍ଲୁସିରେ ବାରମ୍ବାର ଚେତାଶୂନ୍ୟ ହୋଇଯିବାରୁ ମା’ବାପାଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ଡାକ୍ତରଖାନାକୁ ପଠାଇ ଥିଲେ ଭଲ ହୋଇଥାନ୍ତା,ଯାହାକି ଟେନଶନ ଦେଇଛି। ତେବେ ହସ୍ତାନ୍ତର ପଛରେ ୧୫ ହଜାର ଲାଞ୍ଚ କାରବାର ଠିକ୍‌ ନୁହେଁ ବୋଲି କହିଛନ୍ତି। ଏହା ଭିତ୍ତିହୀନ ଅଭିଯୋଗ । ସାବାଳିକା ନ ହେବା ପର୍ଯ୍ୟନ୍ତ ବିବାହ ନ ଦେବା ପାଇଁ ତାଙ୍କ ମା’ବାପା ଅଣ୍ଡରଟେକିଂ ଦେଇଛନ୍ତି । ନାବାଳିକା ବୁଧବାର ସିଡବ୍ଲ୍ୟୁସିରେ ହାଜର ହୋଇଥିଲେ । ପୁଣି ଆଉ ୨ଟି ତାରିଖରେ ହାଜର ହେବାର ଅଛି । ନାବାଳିକା ବିବାହ କରିବାର କୌଣସି ଲକ୍ଷଣ ବୁଧବାର ଦେଖିବାକୁ ମିଳି ନାହିଁ । ଏହି ଘଟଣାକୁ ଆମ୍ଭେ ଗୁରୁତର ସହ ନେଇଛୁ ବୋଲି ସଫେଇ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମେ’ ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୯ା୪(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍‌ ପରୀକ୍ଷା ଖାତାଦେଖା କାର୍ଯ୍ୟ ଶେଷ ହେବାକୁ ଆଉ ୨ ଦିନ ସମୟ ଲାଗିବ।...

ମା’ ଠାକୁରାଣୀଙ୍କ ଚୈତ୍ର ପର୍ବ ମହାସମାରୋହରେ ସମ୍ପନ୍ନ

ଥୁଆମୂଳ ରାମପୁର,୯।୪(ଦୁର୍ଗା କୀର୍ତ୍ତି): ସାରା ଓଡିଶାରେ ବାର ମାସରେ ତେର ପର୍ବ ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ...

ବ୍ଲୁ ଡାଇମଣ୍ଡ କ୍ଲବ ୪-୧ ଗୋଲରେ ବିଜୟୀ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏବଂ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ବରଗଡ଼ ଲେଙ୍ଗୁ ମିଶ୍ର ମିନି...

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା ମାଁ ଠାକୁରାଣୀଙ୍କ ଘଣ୍ଟଯାତ୍ର ସମ୍ପନ୍ନ, ଭକ୍ତଙ୍କ ପିଠିରେ ମାଁ ଆସ୍ଥାନକୁ ବିଜେ କଲେ

ଲାଞ୍ଜିଗଡ,୮/୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମାଁ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ମଙ୍ଗଳବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି I ଲାଞ୍ଜିଗଡ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଯବାନଙ୍କ ଅନ୍ତିମ ସଂସ୍କାର;ଶ୍ରଦ୍ଧାଞ୍ଜଳି ଦେଲେ ବ୍ଲକ୍‌, ପୋଲିସ ପ୍ରଶାସନ

ଦିଗପହଣ୍ଡି,୮ା୪ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ ଅନ୍ତର୍ଗତ ଆମ୍ବଗାଁର ବି.ସୁରେନ୍ଦ୍ର ରେଡ୍ଡୀଙ୍କ ପୁଅ ପବିତ୍ର ରେଡ୍ଡୀ(୩୪) ପଞ୍ଜାବର ଭତିଣ୍ଡା ସେନା କ୍ୟାମ୍ପସରେ...

ଓଡିଶାର ପ୍ରମୁଖ ଶକ୍ତିପୀଠକୁ ନେଇ ହେବ ଶକ୍ତି କରିଡର: ଉପମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୮ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଆରାଧ୍ୟା ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ସରିଛି। ଶେଷ ପାଳିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ...

ଥୁଆମୂଳ ରାମପୁର ଥାନା ଘେରାଉ କରି ପୋଲିସ ଉପରେ ପଥର ମାଡ଼ ଘଟଣା: ୧୨ ଜଣଙ୍କୁ ବାନ୍ଧିଲାଣି ପୋଲିସ

ଥୁଆମୂଳ ରାମପୁର,୮।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକ ଅଧିନରେ ଥିବା ଡୁମେରପଦର ଗ୍ରାମର ଲୋକମାନେ ଗତ ୪ତାରିଖରେ ମୋଟରସାଇକେଲ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା...

୩ ବିଦ୍ୟାଳୟକୁ ସମ୍ମାନିତ କଲେ ଗୋଷ୍ଠୀ ଶିକ୍ଷାଧିକାରୀ

ଜି.ଉଦୟଗିରି,୮ା୪ (ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ନୂଆ ବିଦ୍ୟାର୍ଥୀ ପ୍ରବେଶ ଉତ୍ସବ ଓ ଖଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image