ମା’ଙ୍କ ମୃତ୍ୟୁ ପରେ ନାବାଳକ ପୁଅର ଆତ୍ମହତ୍ୟା

ବେଲପଡ଼ା,୧୮ା୨(ମନୋଜ କୁମାର ମିଶ୍ର)ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ କାନୁଟ ଗ୍ରାମରେ ରନ୍ଧନ ଗ୍ୟାସ ସିଲିଣ୍ଡର ପାଇପ ଲିକ୍‌ ହୋଇ ନିଅଁା ଲାଗିଯିବାରେ ୪ଜଣଙ୍କ ମୃତ୍ୟୁ ସହ ଯୋଡିହୋଇଛି ଆଉ ଏକ ଦୁଃଖଦ ଘଟଣା। ରାଉରକେଲାରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମାଳତୀ ମହାଖୁଡ଼ଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ତାଙ୍କ ପୁଅ ଦ୍ରୋଣ ମହାଖୁଡ଼(୧୭) ଆତ୍ମହତ୍ୟା କରିଛନ୍ତି। ଦ୍ରୋଣଙ୍କ ଝୁଲନ୍ତା ମୃତଦେହ ଶନିବାର ସକାଳେ ତାଙ୍କ ଘରୁ ଜବତ କରାଯାଇଛି। ମା’ଙ୍କ ଶାଢ଼ିକୁ ବେକରେ ବାନ୍ଧି ଘର ଓରାରେ ସେ ଝୁଲି ପଡିଥିବା ପଡୋଶୀମାନେ କହିଛନ୍ତି। ଗ୍ୟାସ୍‌ ନିଆଁରେ ପୋଡ଼ିହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତାଙ୍କ ପୁଅର ଆତ୍ମହତ୍ୟା କାନୁଟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଗାଁ ଲୋକଙ୍କଠାରୁ ଖବର ପାଇ ବେଲପଡା ଥାନା ପୋଲିସ ମୃତଦେହ ଜବତ କରି ବେଲପଡା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଥିଲା। ସ୍ବାମୀ ସୁରଥ ମହାଖୁଡ଼ ଓ ବଡପୁଅ ଲଳିତ ମହାଖୁଡ଼ ରାଉରକେଲାରୁ ମାଳତୀଙ୍କ ମୃତଦେହ ନେଇ କାନୁଟ ଆସୁଛନ୍ତି। ଘରେ ଅନ୍ୟ କେହି ନ ଥିବାରୁ ପୋଲିସ ଦ୍ରୋଣଙ୍କ ମୃତଦେହ ବ୍ୟବଚ୍ଛେଦ କରାଇ ଗଁା ଲୋକଙ୍କୁ ହସ୍ତାନ୍ତର କରିଛି। ରାତି ୧ଟା ସୁଦ୍ଧା ଏଠାରେ ମାଳତୀଙ୍କ ମୃତଦେହ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହାପରେ ଗାଁ ଶ୍ମଶାନରେ ମା’ ଓ ପୁଅଙ୍କର ଅନ୍ତିମ ସତ୍କାର କରାଯିବ ବୋଲି ସ୍ଥାନୀୟ ସରପଞ୍ଚ ଅଶୋକ ମହାପାତ୍ର କହିଛନ୍ତି।
କାନୁଟ ଗ୍ରାମରେ ଗତ ୧୦ତାରିଖରେ ମହେଶ ଅଦାବରିଆଙ୍କ ଘରେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ପାଇପ ଲିକ୍‌ ହୋଇ ନିଅଁା ଲାଗିଯିବାରେ ୬ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୧୧ତାରିଖରେ ଭାନୁ ଅଦାବରିଆଙ୍କ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପରେ ଅନ୍ୟ ଆହତମାନଙ୍କୁ ରାଉରକେଲା ଜେପି ବର୍ନିଂ ହସ୍ପିଟାଲ ନିଆଯାଇଥିଲା। ୧୫ତାରିଖ ରାତିରେ ମହେଶ ଅଦାବରିଆ ଓ ଭୈରବୀ ଅଦାବରିଆଙ୍କ ମୃତ୍ୟୁ ଘଟିଥିଲା। ୧୬ତାରିଖରେ ମାଳତୀ ମହାଖୁଡ଼ଙ୍କ ସେଠାରେ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ଏହି ଘଟଣାରେ ଏଯାଏ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାଉରକେଲାରେ ଚିକିତ୍ସାଧୀନ ଭାଗ୍ୟବତୀ ଅଦାବରିଆ ଓ ଦୂତି ଅଦାବରିଆଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଭାଗ୍ୟବତୀଙ୍କ ୨ ମାସର ଶିଶୁକନ୍ୟା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri