୧୯ ବର୍ଷୀୟା ଯୁବତୀଙ୍କୁ ବିବାହ କରୁଥିଲେ ନାବାଳକ, ଆଉ ତାପରେ…

ଦଶମନ୍ତପୁର, ୫ା୮(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପରଜାବେଡା ପଦର ପଞ୍ଚାୟତର ବି.ନୂଆଗୁଡା ଗ୍ରାମରେ ପ୍ରଶାସନ ସୋମବାର ଏକ ବାଲ୍ୟ ବିବାହକୁ ରୋକିଛି। ନୂଆଗୁଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ନାବାଳକ ପୁଅ (୧୬)ଙ୍କ ସହ ପୂର୍ବ ପ୍ରସ୍ତୁତି ଅନୁସାରେ ଲୁଲ୍ଲା ପଞ୍ଚାୟତ ମାରିଚମାଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ୧୯ ବର୍ଷର ଝିଅଙ୍କ ବିବାହ କରିବା ପାଇଁ ପ୍ରସ୍ତୁତି କରାଯାଉଥିଲା।

କୋରାପୁଟ ଏକତା ସ୍ବେଚ୍ଛାସେବୀ ଅନୁଷ୍ଠାନର କ୍ଷେତ୍ର ସଂଯୋଜକ ବେଣୁଧର ନାୟକ ଏବଂ ଲୁଲ୍ଲାରେ କାର୍ଯ୍ୟରତ ଏକତା ସ୍ବେଚ୍ଛାସେବୀ ମକର ମୁଦୁଲି ନୂଆଗୁଡା ଗ୍ରାମର ଏକ ବିଦ୍ୟାଳୟକୁ ଅନୁଧ୍ୟାନ ପାଇଁ ଯାଇଥିବା ବେଳେ ବାଲ୍ୟ ବିବାହ ହେଉଥିବା ନେଇ ସୂଚନା ପାଇଥିଲେ। ଉଭୟେ ଶିଶୁ ବିଭାଗକୁ ଏ ସମ୍ପର୍କରେ ଜଣାଇଥିଲେ। ବ୍ଲକ ସମନ୍ବିତ ଶିଶୁ ବିଭାଗ ଅଧିକାରୀ ଶକୁନ୍ତଳା ଦାସଙ୍କ ନିର୍ଦ୍ଦେଶରେ ଲୁଲ୍ଲା ଓ ପରଜାବେଡାପଦର ପଞ୍ଚାୟତ ସୁପରଭାଇଜର ଅଖବତୀ ମୁସ୍କା ଏବଂ ସୁକାନ୍ତି କୁଲିସିକା ଘଟଣା ସ୍ଥଳରେ ପହଞ୍ଚତ୍ ବାଲ୍ୟ ବିବାହ ହେଉଥିବା ସ୍ଥାନରେ ପରିବାର ଲୋକଙ୍କୁ ବାଲ୍ୟ ଦମ୍ପତିଙ୍କ ଆଧାର କାର୍ଡ ମାଗି ବୟସ ଯାଞ୍ଚ କରିଥିଲେ। ଏଥିରେ ନାବାଳକଙ୍କ ବୟସ ୧୬ ହୋଇଥିବା ବେଳେ ଝିଅର ବୟସ ୧୯ ହୋଇଥିଲା। ଫଳରେ ପୁଅର ବୟସ କମ୍‌ ଥିବାରୁ ବିବାହକୁ ବାରଣ କରି ବାଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ ବୋଲି ସେମାନଙ୍କୁ ବୁଝାଇଥିଲେ। ଏହି ସମୟରେ ବିବାହ ସ୍ଥଳରୁ ନାବାଳକ ଜଣକ ଫେରାର ହୋଇଯାଇଥିଲେ।

ପ୍ରଶାସନ ନାବାଳକଙ୍କ ବାପା ଓ ସମ୍ପୃକ୍ତା ଝିଅକୁ ଗ୍ରାମରୁ ଉଦ୍ଧାର କରି ସ୍ଥାନୀୟ ଦଶମନ୍ତପୁର ଥାନାରେ ପୋଲିସ ଜିମା ଦେଇଥିବା ଜଣାପଡ଼ିଛି। ତେବେ ସମ୍ପୃକ୍ତ ଯୁବତୀ ଜଣକ ନୂଆଗୁଡ଼ାରେ ରହୁଥିବା ନିଜ ବଡ଼ ଭଉଣୀଙ୍କ ଘରକୁ ବୁଲିବାକୁ ଆସିଥିବା ବେଳେ ନାବାଳକ ଜଣକ ଘର ଟାଣି ନେଇଥିଲେ ବୋଲି ସମ୍ପୃକ୍ତା ଯୁବତୀ ଜଣକ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସଙ୍କୁ ପଚାରିବାରୁ ସେ କହିଲେ, ସେମାନଙ୍କୁ ଜିଲା ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri