ଘର ଆଗରେ ବୁଲୁଥିଲେ ନାବାଳକ, ହଠାତ ବାଜିଲା ଗୁଳି, ପରେ…

ଅନୁଗୋଳ,୨।୧୨(ମାନସ ବିଶ୍ୱାଳ): ଘର ଆଗରେ ବୁଲୁଥିବାବେଳେ ନାବାଳକଙ୍କୁ ଗୁଳିମାଡ଼। ଏଭଳି ଅଭାବନୀୟ କାଣ୍ଡ ଘଟଛି ଅନୁଗୋଳ ନିଶା ଶିଳ୍ପାଞ୍ଚଳ ଥାନା ସାନ କେରଜଙ୍ଗ ଗାଁରେ।ନାବାଳକଙ୍କ ଜଂଘରେ ଗୁଳି ବାଜିଛି। ତାଙ୍କୁ ପ୍ରଥମେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି। କିଏ ଓ କାହିଁକି ନାବାଳକକୁ ଗୁଳିମାଡ଼ କରିଛି କାରଣ ଅସ୍ପଷ୍ଟ ରହିଛି।

ଖବର ପାଇ ସ୍ଥାନୀୟ ପୋଲିସ ଟିମ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ପରିବାର ସହ ପୂର୍ବଶତୃତାକୁ କେନ୍ଦ୍ର କରି ଗୁଳିମାଡ଼ କରାଯାଇଥିବା ପୋଲିସ ସନ୍ଦେହ କରୁଛି।କୌଣସି କଥାକୁ ନେଇ କିଛି ଯୁବକଙ୍କ ସହ ଗୁଳିମାଡ଼ର ଶିକାର ହୋଇଥିବା ନାବାଳକଙ୍କ ପରିବାର ରାତିରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଯୁବକ ଗୁଳିମାଡ଼ କରିଥିବା କୁହାଯାଉଛି।  ଗୁରୁତର ଜଣଙ୍କ ହେଲେ ସାନ କେରଜାଙ୍ଗ ଗ୍ରାମର ସ୍ଵର୍ଗତ ପ୍ରଭା ଗୋଚ୍ଛାୟତଙ୍କ ପୁଅ ଶ୍ରୀକାନ୍ତ ଗୋଚ୍ଛାୟତ ବୋଲି ଜଣାପଡିଛି। ତେବେ କେଉଁ କାରଣରୁ ଗୁଳି ମାଡ଼ ହୋଇଛି ତାହା ଅସ୍ପଷ୍ଟ ଥିବାବେଳେ ପୋଲିସର ଏ ନେଇ ପ୍ରତିକ୍ରିୟା ମିଳି ପାରିନାହିଁ ।

Share