ସମୁଦ୍ରରେ ଭାସିଗଲେ ନାବାଳକ

ପୁରୀ,୧୦ା୧୨: ରବିବାର ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ବିହାରର ଜଣେ ନାବାଳକ ଭାସି ଯାଇଛନ୍ତି। ତାଙ୍କ ନାମ ଆର୍ଯ୍ୟନ ରାଜ। ସେ ତାଙ୍କ ମା-ବାପାଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ। ଏହି ସମୟରେ ସେ ଚକ୍ରତୀର୍ଥଠାରେ ସମୁଦ୍ରରେ ଗାଧୋଉଥିବା ବେଳେ ଏକ ଲହଡ଼ିରେ ଭାସି ଯାଇଥିଲେ। ଲାଇଫ୍‌ଗାର୍ଡମାନେ ତାଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ।

Share