ପାପଡାହାଣ୍ଡି,୩୧।୧୦(ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ବାମନ ମୁଣ୍ଡାଗୁଡ଼ା ଗ୍ରାମରେ ସୋମବାର ସାପ କାମୁଡାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଡମୁ ଯାନୀ(୧୪) ସୂଚନାନୁଯାୟୀ, ଡମୁ ସକାଳେ ମକା ଭାଙ୍ଗିବା ପାଇଁ ନିଜ ମା’ଙ୍କ ସହ ଜମିକୁ ଯାଇଥିଲେ। ସେହି ସମୟରେ ଏକ ବିଷ ଧର ସାପ ତାଙ୍କୁ କାମୁଡି ଦେଇଥିଲା। ଡମୁ ସାପ କାମୁଡିବା ଜାଣି ନ ପାରି ମକା ଭାଙ୍ଗିବାରେ ବ୍ୟସ୍ତ ରହିଥିଲେ। କିଛି ସମୟ ପରେ ସେ ଅଚେତ ହୋଇ ପଡ଼ିଯାଇଥିଲେ। ସେଠାରେ କାମ କରୁଥିବା କିଛି ଲୋକ ତାଙ୍କୁ ଅଚେତ ଅବସ୍ଥାରେ ଘରକୁ ଆଣିଥିଲେ। ପରେ ଗ୍ରାମର କିଛି ଯୁବକ ଏକ ବାଇକ୍ ଯୋଗେ ତାଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଡମୁଙ୍କ ମୃତ୍ୟୁ ଘଟିଛି।