Categories: ଫୁରସତ

ସିଂହକୁ ଏମିତି ଗୋଡ଼ାଇଲା ମାଙ୍କଡ଼, ଭିଡିଓ ଦେଖିଲେ…

ସିଂହ ଜଙ୍ଗଲ ଦୁନିଆର ସବୁଠାରୁ ଭୟଙ୍କର ଏବଂ ଶକ୍ତିଶାଳୀ ପଶୁ ଭାବରେ ପରିଗଣିତ ହୋଇଥାଏ। ସେ ନିଜ ଶିକାରକୁ ଖସିଯିବାକୁ କେବେ ବି ସୁଯୋଗ ଦିଏନାହିଁ। ଏହାର ଗର୍ଜନ ଶୁଣିଲେ ଜଙ୍ଗଲର ସମସ୍ତ ଜୀବଜନ୍ତୁ ଥରିଉଠନ୍ତି। ଏହା କବଳରେ ଥରେ ପଡ଼ିଲେ ମୁକୁଳିବା ଅସମ୍ଭବ। ସେଥିପାଇଁ ଅଧିକାଂଶ ପଶୁ ସିଂହକୁ ଭୟ କରି ବାଟ ଭାଙ୍ଗି ଚାଲିଯାଆନ୍ତି।

କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ମାଙ୍କଡ଼ ସିଂହକୁ ଗୋଡ଼ାଉଛି। ଭୟରେ ଜଙ୍ଗଲର ରାଜା ନିଜ ଜୀବନ ରକ୍ଷା କରିବା ପାଇଁ ଦୌଡ଼ି ପଳାଉଛନ୍ତି।

ଭିଡିଓରେ ଦେଖାଯାଉଛି ସିଂହ ଶିକାର ଖୋଜୁଛି। ଠିକ୍‌ ସେତେବେଳେ ଏକ ଗଛରେ ଅନେକ ମାଙ୍କଡ଼ ନଜର ଆସିଛନ୍ତି। ସିଂହ ସେମାନଙ୍କ ଉପରେ ଆକ୍ରମଣ କରିବାକୁ ଚିନ୍ତା କରୁଛି, ସେହି ସମୟରେ ଏକ ବଡ଼ ମାଙ୍କଡ଼ ସିଂହ ଆଡକୁ ଦୌଡ଼ି ଆସି ଆକ୍ରମଣ କରୁଛି। ମାଙ୍କଡ଼ ସିଂହକୁ ଆକ୍ରମଣ କରିବା ପାଇଁ ଏହା ଉପରକୁ ଲମ୍ଫ ପ୍ରଦାନ କରୁଛି। ଏହାପରେ ସେଠାରେ ଥିବା ସମସ୍ତ ମାଙ୍କଡ଼ ବହୁତ ପାଟି କରୁଛନ୍ତି। ହଠାତ୍‌ ଆକ୍ରମଣ ଦେଖି ସିଂହ ଡରି ଦୌଡ଼ି ପଳାଉଛି।

ଭିଡିଓଟି @cctvidiots ନାମକ ଏକ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି। ୩ ଦିନ ପୂର୍ବରୁ ପୋଷ୍ଟ ହୋଇଥିବା ଏହି କ୍ଲିପ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୭ ଲକ୍ଷ ଥର ଦେଖାସରିଲାଣି। ୧୩୦୦୦ ଲୋକ୍‌ ଲାଇକ୍‌ ଏବଂ ହଜାରେ ରିଟୁଇଟ୍‌ କରାଯାଇଛି। ଏଥିରୁ ଜଣାପଡିଛି ଯେ, ଏହି ଭିଡିଓଟି ଜଣେ ପର୍ଯ୍ୟଟକଙ୍କ ଦ୍ୱାରା କଏଦ ହୋଇଛି।

ବବୁନ ପ୍ରଜାତିର ମାଙ୍କଡ଼ ହେଉଛନ୍ତି ଦୁନିଆର ସବୁଠୁ ବଡ଼ ମାଙ୍କଡ଼। ଅନ୍ୟ ମାଙ୍କଡ଼ମାନଙ୍କ ତୁଳନାରେ ସେମାନେ ଅତ୍ୟନ୍ତ ଆକ୍ରମଣାତ୍ମକ। ସେମାନଙ୍କର ଦାନ୍ତ ତୀକ୍ଷ୍ଣ ଏବଂ ବହୁତ ଶକ୍ତିଶାଳୀ। ଅନ୍ୟ ମାଙ୍କଡ଼ମାନଙ୍କ ତୁଳନାରେ ସେମାନଙ୍କର ଲାଙ୍ଗୁଡ଼ ଛୋଟ। ଘାସ ଏବଂ ପତ୍ର ବ୍ୟତୀତ ସେମାନେ ପକ୍ଷୀ, ମେଣ୍ଢା ଏବଂ ଆଣ୍ଟିଲୋପ୍‌ ପରି ପଶୁମାନଙ୍କୁ ଶିକାର କରି ଖାଇଥାନ୍ତି। ସିଂହ, ଚିତାବାଘ, କୁମ୍ଭୀରଙ୍କୁ ମଧ୍ୟ ଏହି ପ୍ରଜାତିର ମାଙ୍କଡ଼ମାନେ ଶିକାର କରିଥାନ୍ତି।

Share