
ଡୁଙ୍ଗୁରିପାଲି ୨୦।୩(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ସ୍ଥିତ ଗଜବନ୍ଧ ଗ୍ରାମପଞ୍ଚାୟତରେ ବୁଧବାର ସକାଳ ୭ଟାରୁ ଲକ୍ଷ୍ମୀ ବସ ବାହାରି ଡୁଙ୍ଗୁରିପାଲି ବ୍ଲକ ସଦର ମହକୁମାରକୁ ଚାଲି ଥିବାରୁ ଗଜବନ୍ଧ ଗ୍ରାମବାସୀଙ୍କ ଆନନ୍ଦ ଖୁସି ଦେଖାଯାଇଛି |ସରକାରଙ୍କ ଗାଁ କୁ ଗାଁ ବ୍ଲକରୁ ଜିଲାକୁ ଚାଲୁ ଥିବା ଲକ୍ଷ୍ମୀ ବସ ଯୋଜନାରେ ଚାଲୁ ଥିବା ବେଳେ ବିଭିନ୍ନ ସ୍ଥାନକୁ ଯିବା ଆସିବାରେ ଗଜବନ୍ଧଗ୍ରାମ ବାସୀ ସେହି ସୁବିଧାରୁ ବଞ୍ଚିତ ଥିଲେ|ଗ୍ରାମବାସୀ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଦୁଃଖ ଜଣାଇଥିଲେ ମଧ୍ୟ ତାଙ୍କ ଗୁହାରି କେହିଁ ଶୁଣୁ ନ ଥିଲେ |ଏ ନେଇ ଗ୍ରାମବାସୀ ଗତ ୧୭ ଫେବୃଆରୀ ସୋମବାର ଦିନ ଡୁଙ୍ଗୁରିପାଲି ବ୍ଲକ ସଭାଗୃହରେ ଜିଲାପାଲ ଙ୍କ ଅଭିଯୋଗ ଶୁଣାଣି ଶିବିରରେ ଗ୍ରାମରୁ ଏକ ଲକ୍ଷ୍ମୀ ବସ ଯାତାୟତ କରିବା ନେଇ ଲିଖିତ ଅଭିଯୋଗ କରିଥିଲେ |ଅଭିଯୋଗକୁ ଜିଲାପାଳ ଅନ୍ୟ ଦାସ ଗ୍ରହଣ କରି ଲକ୍ଷ୍ମୀ ବସ ଯିବା ଆସିବା ନେଇ ପ୍ରତିଶ୍ରୁତି ଦେଇଥିଲେ |ଗ୍ରାମବାସୀ ଅଭିଯୋଗ କରିବାର ୧ ମାସ ପରେ ଗ୍ରାମକୁ ଅର୍ଥାତ ବୁଧବାର ଦିନ ଗଜବନ୍ଧ ଗ୍ରାମକୁ ଲକ୍ଷ୍ମୀ ବସ ଆସି ଯାତାୟତ କରିବାରୁ ଗ୍ରାମବାସୀ ଙ୍କ ଠାରେ ଆନନ୍ଦ ଦେଖାଯାଇଛି |ବୁଧବାର ଲକ୍ଷ୍ମୀ ବସ ସକାଳ ୭ ଟା ରେ ପହଁଚି ବାରୁ ଗ୍ରାମବାସୀ ପ୍ରଥମେ ବସ କୁ ପୂଜାଅର୍ଚନା କରିଥିଲେ |ଗଜବନ୍ଧ ଗ୍ରାମରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ଡାକ ଘର, ମହାବିଦ୍ୟାଳୟ, ହାଇସ ସ୍କୁଲ, ବ୍ୟାଙ୍କ, ପେକ୍ସ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି, ହେଲେ ଡୁଙ୍ଗୁରିପାଲି ବ୍ଲକ ଓ ବିଭିନ୍ନ ସ୍ଥାନକୁ ମେଡିକାଲ କାମ, ଛାତ୍ରୀଛାତ୍ର ମାନେ ପାଠ ପଢ଼ିଯିବାରେ ବହୁତ ଅସୁବିଧାର ଶମ୍ଭୁଖୀନ ହେଉଥିଲେ |ଲକ୍ଷ୍ମୀ ବସ ଯିବା ଆସିବା କରିବା ଦ୍ଵାରା ଗ୍ରାମବାସୀ ଙ୍କ ଠାରେ ଆନନ୍ଦ ଦେଖାଯାଇଛି |ଲକ୍ଷ୍ମୀ ବସ ଗ୍ରାମରୁ ଗଡ଼ିବା ସମୟରେ ରୀନା ଭୋଇ, ପଦ୍ମିନୀ ମୁଦୁଲି, ରଂଜିତା ଷାଣ୍ଢ, ମଞ୍ଜୁ ସାହୁ, ପୁଷ୍ପା ସାହୁ, ସୁଜେଇ ପଶାୟତା, ବିଜୟ ବେରିହା,ବଦ୍ରୀ ମେହେର, ନେପାଳ ରଣା, ରାଜୁ ଷାଣ୍ଢ,ନଳିନୀ ବିଶ୍ୱାଳ,ପଦ୍ମା ଷାଣ୍ଢ,ଝରଣା ବୁଡ଼େକ,ବବିତା ଖେତୀ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ |