ବିବାହର ଏକ ମାସ ପରେ କାଟ୍ରିନାଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ବିକି

ବଲିଉଡର ନବବିବାହିତ ଦମ୍ପତି ବିକି କୌଶଲ-କ୍ୟାଟ୍ରିନା କୈଫଙ୍କ ବିବାହକୁ ମାସେ ପୂରିଛି। ଏହି ଅବସରରେ ଉଭୟ ସୋସିଆଲ ମିଡିଆରେ ଏକ ରୋମାଣ୍ଟିକ୍‌ ଫଟୋ ଶେୟାର କରିଛନ୍ତି। ବିବାହର ଗୋଟିଏ ମାସ ପୂରଣ ପରେ ବିକି ସ୍ତ୍ରୀଙ୍କୁ ଏକ ବିଶେଷ ପ୍ରତିଶ୍ରୁତି ଦେଇଛନ୍ତି। ଏକ ଖୁସିର ମୁହୂର୍ତ୍ତର ଫଟୋ ଶେୟାର କରି ବିକି ସାରା ଜୀବନ ସାଥୀ ହୋଇ ରହିବାର ପ୍ରତିଜ୍ଞା କରିଛନ୍ତି। ଏହି ଫଟୋରେ କ୍ୟାଟ୍ରିନା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବାବେଳେ ବିକି ଏକ କଳା ଶେରୱାନିରେ ନଜର ଆସିଛନ୍ତି। ଦୁହେଁ ଏକାଠି ନାଚୁଥିବାର ନଜର ଆସିଛନ୍ତି। କ୍ୟାଟ୍ରିନା ମଧ୍ୟ ଏହି ବିଶେଷ ମୁହୂର୍ତ୍ତ ନିଜ ସ୍ବାମୀଙ୍କ ସହ ଏକ ବିଶେଷ ଢଙ୍ଗରେ ପାଳନ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ବିଶେଷ ଫଟୋ ଶେୟାର କରିଛନ୍ତି। କ୍ୟାଟ୍ରିନା ତାଙ୍କ ସ୍ବାମୀଙ୍କ କୋଳାଗ୍ରତ କରୁଥିବା ନଜର ଆସିଛନ୍ତି। ପଟୋ ପୋଷ୍ଟ କରି କ୍ୟାଟ୍ରିନା କ୍ୟାପସନରେ ଲେଖିଛନ୍ତି, ହ୍ୟାପି ଓ୍ବାନ୍‌ ମନ୍‌ଥ, ମାଇ ଲଭ୍‌। ଡିସେମ୍ବର ୯ରେ ବିକି-କ୍ୟାଟ୍ରିନା ରାଜସ୍ଥାନର ସଓ୍ବାଇ ମାଧୋପୁରର ଏକ ରିସୋର୍ଟରେ ବିବାହ କରିଥିଲେ।

Share