କରୋନାଠାରୁ ଅଧିକ ଭୟଙ୍କର ମହାମାରୀ ଆସୁଛି: ବୈଜ୍ଞାନିକଙ୍କ ଚେତାବନୀ…

ଉହାନ,୨୪।୯ : ପୃଥିବୀ ଏପର୍ଯ୍ୟନ୍ତ କରୋନା ମହାମାରୀକୁ ଭୁଲି ନାହିଁ। ଏପରିସ୍ଥଳେ ଚାଇନାର ଜଣେ ପ୍ରସିଦ୍ଧ ବୈଜ୍ଞାନିକ ଏକ ବଡ ଦାବି କରିବା ସହ ଚେତାବନୀ ଦେଇଛନ୍ତି। ଚାଇନାର ଉହାନ ଲ୍ୟାବ ସହ ଜଡିତ ଭାଇରୋଲୋଜିଷ୍ଟ ଶି ଜେଙ୍ଗଲି କହିଛନ୍ତି କରୋନାଠାରୁ ଅଧିକ ଭୟଙ୍କର ଆଉ ଏକ ଭୟଙ୍କର ମହାମାରୀ ପୃଥିବୀରେ ଆସିବାକୁ ଯାଉଛି। ଏହି ମହାମାରୀକୁ ରୋକିବା ପାଇଁ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ ହେବା ଉଚିତ।

ଶି ଜେଙ୍ଗଲି ଏବଂ ୱୁହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିର ବୈଜ୍ଞାନିକମାନେ ୪୦ଟି ବର୍ଗର କରୋନା ଭୁତାଣୁ ଉପରେ ଅନୁସନ୍ଧାନ କରିଥିଲେ ଏବଂ ଅଧାରୁ ଅଧିକ ବିପଜ୍ଜନକ ବୋଲି ଜାଣିଥିଲେ। ଅନୁସନ୍ଧାନ ଅନୁଯାୟୀ, ଏହି ୨୦ ବର୍ଗର ଭୁତାଣୁ ମଧ୍ୟରୁ ୬ ଟି ସମ୍ପର୍କରେ ପୂର୍ବରୁ ଜଣାଅଛି। ଏମାନେ ମଣିଷକୁ ଆକ୍ରାନ୍ତ କରୁଛନ୍ତି। ସେହିପରି ୩ଟି ଭୁତାଣୁ ଅଛନ୍ତି, ଯେଉଁମାନେ ଅନେକ ପ୍ରଜାତିର ପ୍ରାଣୀଙ୍କଠାରେ ଗୁରୁତର ରୋଗ ବିସ୍ତାର କରୁଛନ୍ତି।

ଦକ୍ଷିଣ ଚାଇନା ମର୍ନିଂ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଅନୁସନ୍ଧାନ ସମୟରେ ଶି ଜେଙ୍ଗଲି ଏବଂ ତାଙ୍କ ଦଳ ବିଶେଷ ଭାବରେ ଏହିପରି ଭୁତାଣୁ ଉପରେ ଗଭୀର ଭାବରେ ଅଧ୍ୟୟନ କରିଥିଲେ ଯାହା ପ୍ରାଣୀମାନଙ୍କ ମାଧ୍ୟମରେ ମଣିଷକୁ ବ୍ୟାପିଥାଏ। ‘ଏମର୍ଜିଂ ମାଇକ୍ରୋବସ ଆଣ୍ଡ ଇନଫେକ୍ସନ୍ସ’ ପତ୍ରିକାରେ ପ୍ରକାଶିତ ଏହି ଅନୁସନ୍ଧାନରେ ଏପରି ପ୍ରାଣୀମାନଙ୍କ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯାହା କରୋନା ପରି ଅବା ଏହାଠାରୁ ଅଧିକ ବିପଜ୍ଜନକ ମହାମାରୀର କାରଣ ହୋଇପାରେ।

ଅନୁସନ୍ଧାନ ଅନୁଯାୟୀ, ବାଦୁଡି, ମୂଷା, ବିଲେଇ, ଘୁଷୁରି ଏବଂ ପାଙ୍ଗୋଲିନ ପରି ପ୍ରାଣୀମାନେ ଏହି ବିପଜ୍ଜନକ ରୋଗର ବାହକ ହୋଇପାରନ୍ତି।

Share