ଶିଶୁକୁ ଶୁଆଇବା ପରିବର୍ତ୍ତେ ଭୁଲ୍‌ରେ ମାଇକ୍ରୋ ଓଭାନରେ ରଖିଦେଲେ ମା’, ଆଉ ତା’ ପରେ…

ଓ୍ବାଶିଂଟନ,୧୧ା୨: ଆଜିକାଲି ଦେଶ ତଥା ବିଶ୍ୱର ଅନେକ ସ୍ଥାନରେ ଏମିତି କିଛି ଘଟଣା ଘଟୁଛି ଯାହା ଅଜବ ଏବଂ ଚକିତ କରିଦେଉଛି। ଆମେରିକାର ମିଜୁରୀରେ ମଧ୍ୟ ଏହିପରି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମା’ ହଠାତ୍‌ ନିଜ ଶିଶୁକୁ ମାଇକ୍ରୋଓଭାନ ଭିତରେ ରଖିଦେଲେ। ଫଳରେ ଶିଶୁଟିର ମୃତ୍ୟୁ ଘଟିଛି। ଏନେଇ ଶନିବାର ଜଣେ ଓକିଲ ଏହି ସୂଚନା ଦେଇଛନ୍ତି।

କାନ୍‌ସାସ ସିଟିର ମାରିୟା ଥୋମାସ ଶିଶୁଙ୍କ ପ୍ରତି ବିପଦ ଥିବା ଅଭିଯୋଗ ହୋଇଥିଲା। ଶୁକ୍ରବାର ଅପରାହ୍ନରେ ଏକ ଶିଶୁ ନିଃଶ୍ୱାସ ନେଉ ନ ଥିବା ପୋଲିସ ସୂଚନା ପାଇଥିଲା। ସତର୍କ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ ସକ୍ରିୟ ହୋଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାର ସମ୍ଭାବ୍ୟ କାରଣ ସମ୍ପର୍କରେ କୋର୍ଟଙ୍କ ବିବୃତ୍ତିରେ କୁହାଯାଇଛି ଯେ, ଶିଶୁର ଦେହରେ ପୋଡ଼ା ଚିହ୍ନ ରହିଥିଲା ଏବଂ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ବିବୃତ୍ତିରେ କୁହାଯାଇଛି, ଘଟଣାସ୍ଥଳରେ ପହଞ୍ଚିଥିବା ଜଣେ ସାକ୍ଷୀ କହିଛନ୍ତି ମା ’ଭୁଲ୍‌ରେ ଶିଶୁଟିକୁ ବେଡ୍‌ରେ ଶୁଆଇବା ପରିବର୍ତ୍ତେ ମାଇକ୍ରୋ ଓଭାନରେ ରଖିଥିଲେ।’ ଏଭଳି ଭୁଲ୍‌ କିପରି ହୋଇଛି ତାହା ବିବୃତ୍ତିରେ ସ୍ପଷ୍ଟ କରାଯାଇ ନାହିଁ। ହୁଇ ଜ୍ୟାକସନ କାଉଣ୍ଟିର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାନ୍‌ ପିଟର୍ସ ବେକର ଏକ ବିବୃତ୍ତିରେ କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ଏହି ଭୟଙ୍କର ଘଟଣା ସମ୍ପର୍କରେ ଆପରାଧିକ ନ୍ୟାୟ ବ୍ୟବସ୍ଥା ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ସହ ବିଦ୍ୟୁତ୍‌ ଚୁକ୍ତିର ସମୀକ୍ଷା କରିବ ବାଂଲାଦେଶ

ଢାକା,୨୪ା୧୧: ଆଦାନୀ ଗ୍ରୁପ୍‌ ସହ ବାଂଲାଦେଶ ସରକାର ପୂର୍ବରୁ କରିଥିବା ବିଦ୍ୟୁତ୍‌ ଚୁକ୍ତିର ସମୀକ୍ଷା କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସମୟରେ ୨୦୦୯ରୁ ୨୦୨୪...

ଖୁବ୍‌ଶୀଘ୍ର ଦେବାଳିଆ ହେବାକୁ ଯାଉଛି ଆମେରିକା, ଏହାର ସମାଧାନ ପାଇଁ ଏମିତି କହିଲେ ଏଲନ ମସ୍କ

ଓ୍ବାଶିଂଟନ,୨୪ା୧୧: ଆମେରିକାର ଅର୍ଥନୀତିକୁ ନେଇ ଟେସ୍‌ଲା ତଥା ସ୍ପେସ୍‌ ଏକ୍ସ ମାଲିକ ଏଲନ ମସ୍କ ନିକଟରେ ଚିନ୍ତିତ ହୋଇଛନ୍ତି। ଆମେରିକାର ଅର୍ଥନୀତି ବିଷୟରେ ମସ୍କ ତାଙ୍କ...

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri