Categories: ଫୁରସତ

୨୨ ସନ୍ତାନଙ୍କ ମା’, ପ୍ରତିଦିନ ଜଳଖିଆରେ ପିଲାଙ୍କ ପାଇଁ ଖର୍ଚ୍ଚ କରନ୍ତି ଏତିକି ଟଙ୍କା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମା’ ହେବା ଜଣେ ମହିଳାଙ୍କ ପାଇଁ ସବୁଠାରୁ ସୁଖଦ ଅନୁଭବ। ମା’ ହେବା ପରେ ହିଁ ଜଣେ ମହିଳା ବୁଝିପାରନ୍ତି ଯେ, ଭଗବାନ ତାଙ୍କୁ କାହିଁକି ସୃଷ୍ଟିକର୍ତ୍ତା କରିଛନ୍ତି? ଏକ ସନ୍ତାନ ପ୍ରସବ କରିବା ପରେ ସେ ଏହାକୁ ବଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖନ୍ତି। ଜଣେ ମହିଳା ଏଥିରେ ନିଜର ସମସ୍ତ ଜୀବନ ବିତାନ୍ତି। ପିଲାଟିକୁ ପ୍ରତିପୋଷଣ କରିବା ଅତ୍ୟନ୍ତ କଠିନ କାର୍ଯ୍ୟ। ଏପରି ପରିସ୍ଥିତିରେ ୨୨ ଜଣ ସନ୍ତାନ ଥିବା ଜଣେ ମହିଳାଙ୍କ କଥା ଭାବିଲେ, ସେ କେମିତି ଏତେ ପିଲାଙ୍କୁ ସମ୍ଭାଳୁଥିବେ।

ବ୍ରିଟେନର ବାସିନ୍ଦା ସୁ ରାଡଫୋର୍ଡ ଡିସେମ୍ବର ୧ରେ ସୋସିଆଲ ମିଡିଆରେ ତାଙ୍କ ଘରେ ରନ୍ଧା ହୋଇଥିବା ଜଳଖିଆର ଫଟୋ ଶେୟାର କରିଥିଲେ। ଏହା ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। କେକ୍‌ ଏବଂ ଚକୋଲେଟ୍‌ର ଗଦା ଦୃଶ୍ୟମାନ ହେଉଥିଲା। ଏହା ବ୍ୟତୀତ ଖ୍ରୀଷ୍ଟମାସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଘରର ସାଜସଜ୍ଜାର ଝଲକ ମଧ୍ୟ ଲୋକଙ୍କୁ ଦେଖାଇଥିଲେ।

୧୯୮୯ରେ ତାଙ୍କ ସ୍ବାମୀ ନୋଏଲଙ୍କ ସହ ସୁ’ ତାଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିଥିଲେ। ଏହା ପରେ ତାଙ୍କର ସାନ ଝିଅ ଏପ୍ରିଲ ୨୦୨୦ରେ ଜନ୍ମ ହୋଇଥିଲେ। ସେମାନଙ୍କ ମଧ୍ୟରେ ଦମ୍ପତିଙ୍କର ଆଉ ୨୦ ସନ୍ତାନ ଅଛନ୍ତି। ଜୁଲାଇ ୨୦୧୪ରେ ପରିବାର ସେମାନଙ୍କର ୧୭ତମ ସନ୍ତାନକୁ ହରାଇଲା। ସୁ’ ସୋସିଆଲ ମିଡିଆରେ ତାଙ୍କ ପରିବାରର ଫଟୋ ଶେୟାର କରି ଚାଲିଛନ୍ତି। କିନ୍ତୁ ସେ କିଛିଦିନ ପାଇଁ ଏହା କରୁ ନ ଥିଲେ। ଡିସେମ୍ବର ୧ରୁ ସେ ପୁଣି ଥରେ ନିଜ ବ୍ୟକ୍ତିଗତ ଜୀବନକୁ ଲୋକଙ୍କ ସହ ଶେୟାର କରିଛନ୍ତି।

ସୁ’ ବର୍ତ୍ତମାନ ଖ୍ରୀଷ୍ଟମାସ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ, ସେ ତାଙ୍କ ରାଶନ ବିଷୟରେ ଲୋକଙ୍କୁ ଅନେକ ଥର ସୂଚନା ଦେଇଛନ୍ତି। ଏହି ପରିବାର ଏକ ମାସ ମଧ୍ୟରେ ରାଶନ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରନ୍ତି। ଏହା ବ୍ୟତୀତ ସୁ’ ଏତେ ଘର କାମରେ ବ୍ୟସ୍ତ ରୁହନ୍ତି ଯେ, କୌଣସି ଖାଲି ସମୟ ପାଇ ନ ଥାନ୍ତି। ସେ ତାଙ୍କ ଘରର ଫଟୋ ଅନେକ ଥର ଲୋକଙ୍କ ସହ ଶେୟାର କରିଛନ୍ତି। ସୁ’ଙ୍କ ବଡ଼ ଝିଅ ମଧ୍ୟ ତାଙ୍କୁ ଜେଜେମା କରିସାରିଛନ୍ତି। ସୁ’ଙ୍କ ଅନୁଯାୟୀ ଏହା ତାଙ୍କ ପରିବାର ପାଇଁ ଏକ ଖୁସି ସଂଯୋଗ।

Share