ଦିଗପହଣ୍ଡି,୨୯।୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି -ବ୍ରହ୍ମପୁର ୧୭ ନଂ. ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଆଇଟିଆଇ ନିକଟରେ ମଙ୍ଗଳବାର ସନ୍ଧ୍ୟା ୬ଟାରେ ଏକ ବାଇକ୍ ଚଳନ୍ତା ଅବସ୍ଥାରେ ଜଳିଯାଇଛି। ତେବେ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବାଇକ୍ ଚଲାଉଥିବା ଯୁବକ ବାଇକ୍ରେ ଦିଗପହଣ୍ଡି ଅଭିମୁଖେ ଆସୁଥିବା ବେଳେ ଆକସ୍ମିକ ଭାବେ ବାଇକ୍ରେ ନିଆଁ ଲାଗିଯାଇଥିଲା। ଚାଳକ ଜଣକ ବାଇକ ଛାଡି ଦୌଡ଼ି ପଳାଇଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ବାଇକ ଚାଳକଙ୍କ ପରିଚୟ ମଧ୍ୟ ମିଳିପାରିନାହିଁ।