ଚଳନ୍ତା ହାଇଓ୍ବାରେ ଲାଗିଲା ନିଆଁ, ଡେଇଁ ପଡ଼ି ଜୀବନ ବଞ୍ଚାଇଲେ ଚାଳକ

ଭବାନୀପାଟଣା,୨୭।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ ବିଜୁ ଏକ୍ସପ୍ରେସ ଓ୍ବେର ଗଡିଆଯୋର ନିକଟରେ ଏେ ବାଲି ବୋଝେଇ ହାଇଓ୍ବାରେ ମଙ୍ଗଳବାର ନିଆଁ ଲାଗିଛି । ତେବେ ଗାଡିଟି ହୁତୁହୁତୁ ହୋଇ ଜଳୁଥିବା ବେଳେ ଡ୍ରାଇଭରଜଣଙ୍କ ଡେଇଁ ପଡ଼ିଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଧର୍ମଗଡ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ହେଲେ ୨୦ ମିନିଟ ମଧ୍ୟରେ ଗାଡିଟିର ୪୦ ଭାଗ ପୋଡି ଯାଇଥିବା ଦେଖାଯାଇଛି। ତେବେ ନିଆଁ ଲାଗିବାର ସଠିକ କାରଣ ଜଣାପଡିନାହିଁ ।