Categories: ବାଣିଜ୍ୟ

ଏଏଏଫ୍‌ ପକ୍ଷରୁ ମଲ୍ଟିମିଡିଆ ଅଭିଯାନ

ଭୁବନେଶ୍ୱର,୧୪।୯: ବେଦାନ୍ତ ଗ୍ରୁପ୍‌(ଲିମିଟେଡ୍‌)ର ସାମାଜିକ ପ୍ରତିଷ୍ଠାନ ଅନିଲ ଅଗ୍ରୱାଲ ଫାଉଣ୍ଡେଶନ (ଏଏଏଫ୍‌) ପକ୍ଷରୁ ଏକ ସ୍ବତନ୍ତ୍ର ମଲ୍ଟିମିଡିଆ ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କ୍ଷୁଧା ଏବଂ ପୁଷ୍ଟିହୀନତାର ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ଏପରିକି ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଜାତୀୟ ପୁଷ୍ଟିକର ମାସ କମ୍ପାନୀର ସମସ୍ତ ୟୁନିଟ୍‌ରେ ମଧ୍ୟ ପାଳନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଏକ ସ୍ବତନ୍ତ୍ର ‘ଅଗର ବଚ୍‌ପନ ସେ ପୁଛା ଖାନା ଖାୟା ତୋ ଦେଶ କା କଲ ବନାୟା’ ଟ୍ୟାଗ୍‌ଲାଇନ ସହ ଉକ୍ତ ଅଭିଯାନ ମୌଳିକ ପୁଷ୍ଟିକର ମହତ୍ତ୍ୱକୁ ଆଲୋକିତ କରିଥାଏ ଏବଂ ସାମଗ୍ରିକ ଆବଶ୍ୟକତାକୁ ପ୍ରଚାର କରିଥାଏ। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ ତଥା ଚେୟାରମ୍ୟାନ୍‌ ହିନ୍ଦୁସ୍ଥାନ ଜିଙ୍କ୍‌ ଲିମିଟେଡ୍‌ର ନିର୍ଦ୍ଦେଶିକା ପ୍ରିୟା ଅଗ୍ରୱାଲ ହେବର କହିଛନ୍ତି, ପୁଷ୍ଟିହୀନତା ହେଉଛି ଏକ ସମସ୍ୟା ଯାହା ମୋ ପିତାଙ୍କ ବ୍ୟକ୍ତିଗତ ଯାତ୍ରା ଏବଂ ଭୋକର ଅନୁଭୂତିରୁ ଆସିଥାଏ। ଏକ ଗୋଷ୍ଠୀ ଭାବେ ଆମର ଦୃଷ୍ଟିକୋଣ ହେଉଛି ଯେକୌଣସି ପିଲା ଭୋକିଲା ଶୋଇବା ଉଚିତ ନୁହେଁ।

ଏହି ଅଭିଯାନର ଶୁଭାରମ୍ଭ ଏକ ଆନ୍ଦୋଳନର ଆରମ୍ଭକୁ ଚିହ୍ନିତ କରେ ଯାହା ସମ୍ପ୍ରଦାୟର ଶକ୍ତିକୁ ବଢ଼ାଇବ, ଯେତେବେଳେ ଆମେ ଏକତ୍ର ହୋଇ ପୁଷ୍ଟିହୀନତାର ମୁକାବିଲା କରିବୁ। ଏହି ଅଭିଯାନ ଏ ଦିଗରେ ଆଉ ଏକ ପଦକ୍ଷେପ ହେବ। ମ୍ୟାକକାନ୍‌ ଏରିକ୍ସନ୍‌ (ଭାରତ) ଦ୍ୱାରା ଡିଜାଇନ ଏବଂ କାର୍ଯ୍ୟକାରୀ ହୋଇଥିବା ଏହି ଅଭିଯାନ ପ୍ରଥମ ପର୍ଯ୍ୟାୟରେ ନାଗରିକଙ୍କ ମଧ୍ୟରେ କ୍ଷୁଧା ଏବଂ ପୁଷ୍ଟିହୀନତା ଦୂରକରିବା ତଥା ଆସନ୍ତାକାଲିର ଭବିଷ୍ୟତ ପାଇଁ ଆମ ଭବିଷ୍ୟତ ପିଢ଼ିକୁ ସମାନ ସୁଯୋଗ ପ୍ରଦାନ କରିବାକୁ ଚେଷ୍ଟା କରିଥାଏ। ଅପରପକ୍ଷରେ ଅନିଲ ଅଗ୍ରୱାଲ ଫାଉଣ୍ଡେଶନର ନୂତନ ଲୋଗୋ ମଧ୍ୟ ନିକଟରେ ଉନ୍ମୋଚିତ ହୋଇଯାଇଛି।

Share