ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉକ୍ତ ବୁଝାମଣା ଅନୁଯାୟୀ ବ୍ରାଣ୍ଡ୍‌ର ଉଚ୍ଚ ଗୁଣାତ୍ମକ ବ୍ୟକ୍ତିଗତ ଯତ୍ନ ଉପତ୍ାଦକୁ ଅନୁପ୍ରବେଶକାରୀ ଅଞ୍ଚଳ ସହ ଉଦୀୟମାନ ଅଞ୍ଚଳରେ ଅଧିକ ଉପଲବ୍ଧ କରାଇବା ଲାଗି ସ୍ଥିର ହୋଇଛି। ସେହିଭଳି ଇ-ବାଣିଜ୍ୟ ପାଇଁ ଟାୟାର-୩ ଓ ବାହାର ବଜାରଗୁଡ଼ିକରେ ମଧ୍ୟ ପ୍ରମୁଖ ପ୍ଲାଟ୍‌ଫର୍ମ ଭାବେ ଉଭା ମିଶୋ ହୋଇଥିବାରୁ ମାମାଆର୍ଥର ପ୍ରିମିୟମ, ପ୍ରାକୃତିକ ଓ ବ୍ୟକ୍ତିଗତ ଯତ୍ନ ଉପତ୍ାଦର ବଢୁଥିବା ଚାହିଦା ପୂରଣ ଲାଗି ବ୍ରାଣ୍ଡ ମିଶୋ ସହ ସହଭାଗିତା କରିଥିଲାବେଳେ ମିଶୋର ବିସ୍ତୃତ ନେଟ୍‌ୱର୍କ ଜରିଆରେ ବ୍ରାଣ୍ଡ ବିଶେଷକରି ଛୋଟ ଛୋଟ ସହରକୁ ଟାର୍ଗେଟ କରିବାକୁ ଲକ୍ଷ୍ୟ ରଖିଛି। ଏପରିକି ମିଶୋ ବିକ୍ରୟ ଅବଧି ମଧ୍ୟରେ ଏହି ବ୍ରାଣ୍ଡ ୫ ଗୁଣା ଅଭିବୃଦ୍ଧି ହାସଲ କରିଛି। ଆସନ୍ତା ୧୨ମାସରେ ମାମାଆର୍ଥ ମିଶୋରେ ପ୍ରାୟ ୧୦୦ କୋଟି ଟଙ୍କାର ଏଆର୍‌ଆର୍‌ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି।
ଏ ସମ୍ପର୍କରେ ହୋନାସା କଞ୍ଜ୍ୟୁମର ଲିମିଟେଡ୍‌ର ସହ-ପ୍ରତିଷ୍ଠାତା ତଥା ସିଇଓ ବରୁଣ ଆଲାଗ କହିଛନ୍ତି, ମାମାଆର୍ଥରେ ଆମେ ସର୍ବଦା ଉପସ୍ଥିତି ରହିବାକୁ ଚେଷ୍ଟା କରିଛୁ, ଯେଉଁଠାରେ ଆମ ଗ୍ରାହକମାନେ ଆମକୁ ଅଧିକ ଆବଶ୍ୟକ କରିଥାନ୍ତି। ଆମେ ଗୁଣବତ୍ତାଯୁକ୍ତ ଉପତ୍ାଦକୁ ମିଶୋ ସହିତ ସହଭାଗୀ ହୋଇ ବିସ୍ତାର କରିବାକୁ ପ୍ରୟାସ କରୁଛୁ। ନୂଆ ନୂଆ ଅଞ୍ଚଳରେ ଆମର ଉପସ୍ଥିତି ସହ ୧୦୦ କୋଟି ଟଙ୍କାର ଏଆର୍‌ଆର୍‌ ହାସଲ କରିବା ଲକ୍ଷ୍ୟରେ ଆମେ କାର୍ଯ୍ୟ ଜାରି ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

ବନ୍ଧନ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୫।୧୦: ବନ୍ଧନ ମ୍ୟୁଚୁଆଲ ଫଣ୍ଡ (ବିଏମ୍‌ଏଫ୍‌)ର ନୂତନ ଉତ୍ପାଦ ‘ବନ୍ଧନ ନିଫ୍ଟି ୫୦୦ ଭାଲ୍ୟୁ ୫୦ ଇଣ୍ଡେକ୍ସ ଫଣ୍ଡ୍‌ ଓ ବନ୍ଧନ ନିଫ୍ଟି ୫୦୦ ମୋମେଣ୍ଟମ୍‌...

୧୦ ଦିନରେ ୧୩୪%ର ଅଭିବୃଦ୍ଧି ହାସଲ

ନୂଆଦିଲ୍ଲୀ,୧୫।୧୦: ଭାରତରେ ପାର୍ବଣ ଋତୁ ବ୍ୟବସାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବଧିକୁ ଚିହ୍ନିତ କରୁଛି। ଏହି ଗୁରୁତ୍ୱପୂର୍ଣ୍ଣ କର୍ପୋରେଟ ଆବଶ୍ୟକତାକୁ ସମ୍ବୋଧିତ କରି ଭାରତର ଅଗ୍ରଣୀ ବି୨ବି...

ଜିଓର ତ୍ରୈମାସିକ ନେଟ୍‌ ଲାଭ ୬୫୩୯ କୋଟି

ମୁମ୍ବାଇ,୧୫।୧୦: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈୟମାସର ପରିଚାଳନାଗତ ଏବଂ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଡିଜିଟାଲ...

ଶେୟାର ବଜାରରେ ଉତ୍ସାହ

ମୁମ୍ବାଇ,୧୫।୧୦: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri