Posted inଫୁରସତ

୫ ହଜାର ଫୁଟ ଉଚ୍ଚରେ ରହସ୍ୟମୟ ଗୁମ୍ଫା

ବେଜିଂ: ବିଶ୍ୱରେ ଏପରି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି, ଯାହାର କିଛି ନା କିଛି ରହସ୍ୟ ରହିଛି। ଏହି ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଭ୍ରମଣ କରିବାକୁ ଆସିଥାନ୍ତି। ଚାଇନାରେ ମଧ୍ୟ ଏପରି ଏକ ସ୍ଥାନ ରହିଛି, ଯାହା ଦୀର୍ଘ ବର୍ଷ ଧରି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ମଧ୍ୟରୁ ତିଆନ୍‌ମେନ୍‌ ମାଉଣ୍ଟେନ ଅନ୍ୟତମ। ଏହି ପର୍ବତମାଳାର ଉପର ମୁଣ୍ଡରେ ଏକ ଗୁମ୍ଫା ଅଛି, ଯାହା ଭୂମିଠାରୁ ୧୫୧୮ ମିଟର (ପ୍ରାୟ ୫ ହଜାର ଫୁଟ) ଉଚ୍ଚରେ ଅବସ୍ଥିତ। କୌଣସି ପର୍ବତ ଉପରେ ଅବସ୍ଥିତ ଏହି ଗୁମ୍ଫାକୁ ବିଶ୍ୱର ସର୍ବୋଚ୍ଚ ଗୁମ୍ଫା ଭାବରେ ବିବେଚନା କରାଯାଏ । ସେହିପରି ଏହି ଗୁମ୍ଫାକୁ ସ୍ବର୍ଗର ଦ୍ୱାର ବୋଲି ମଧ୍ୟ କୁହାଯାଏ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରାୟ ୨୫୩ ଖ୍ରୀଷ୍ଟାବ୍ଦରେ ଏହି ପର୍ବତର କିଛି ଅଂଶ ଭାଙ୍ଗି ଯାଇଥିଲା। ଫଳରେ ଏହି ଗୁମ୍ଫା ସୃଷ୍ଟି ହୋଇଥିଲା। ଏହି ଗୁମ୍ଫାର ଲମ୍ବ ୧୯୬ ଫୁଟ, ଉଚ୍ଚତା ୪୩୧ ଫୁଟ ଏବଂ ମୋଟେଇ ୧୮୭ ଫୁଟ ରହିଛି। ଏତେମାତ୍ରାରେ ଉଚ୍ଚରେ ଥିବା ହେତୁ ଏହି ଗୁମ୍ଫା ସର୍ବଦା ମେଘ ଦ୍ୱାରା ଘେରି ହୋଇ ରହିଥାଏ। ବୋଧହୁଏ ସେଥିପାଇଁ ଏହାକୁ ସ୍ବର୍ଗର ଦ୍ୱାର ଭାବେ ଲୋକେ ବିବେଚନା କରନ୍ତି ବୋଲି ଅନେକ ଅନୁମାନ କରୁଛନ୍ତି।
ବହୁ ବର୍ଷ ପୂର୍ବେ ଏହି ଗୁମ୍ଫାରେ ପହଞ୍ଚିବା ପର୍ଯ୍ୟଟକଙ୍କ ପାଇଁ କଷ୍ଟସାଧ୍ୟ ସାବ୍ୟସ୍ତ ହେଉଥିଲା। କଠିନ ରାସ୍ତାରେ ଯିବାବେଳେ ଲୋକଙ୍କ ଅବସ୍ଥା ବିଗିଡି ଯାଉଥିଲା। କିନ୍ତୁ ଏବେ ପର୍ଯ୍ୟଟକମାନେ ରାସ୍ତା ଏବଂ କେବୁଲ ୱେ ବ୍ୟବହାର କରି ଏହି ଗୁମ୍ଫାରେ ପହଞ୍ଚି ପାରୁଛନ୍ତି। ତେବେ ରାସ୍ତା କିମ୍ବା କେବୁଲ ୱେରୁ ଓହ୍ଲାଇବା ପରେ ଗୁମ୍ଫାରେ ପହଞ୍ଚିବା ପାଇଁ ଲୋକଙ୍କୁ ୯୯୯ ପାହାଚ ଚଢ଼ିବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ କାର୍‌ରେ ଦେଶ ବୁଲାଉଛନ୍ତି

ନୋଏଡା: ଉତ୍ତର ପ୍ରଦେଶର ନୋଏଡାରେ ରହୁଥିବା ଅବସରପ୍ରାପ୍ତ ଅଜୟ ତୋମାର (୬୨) ଓ ତାଙ୍କ ସ୍ତ୍ରୀ ସୁନୀତା ତୋମାର(୫୮) ସେମାନଙ୍କ କାର୍‌ରେ ସାରା ଭାରତ ଭ୍ରମଣ...

ସମୁଦ୍ରରେ ବିବାହ

ରିୟାଧ: ବିବାହକୁ ଅନନ୍ୟ ଓ ସ୍ମରଣୀୟ କରିବା ପାଇଁ ସମ୍ପ୍ରତି ଯୁବପିଢ଼ି ଅନେକ ପ୍ରକାରର ନୂତନ ଟ୍ରେଣ୍ଡ୍‌କୁ ଫଲୋ କରୁଛନ୍ତି। ନିକଟରେ ହାସନ୍‌ ଅବୁ ଅଲ୍‌-ଓଲା...

ଗଧ ପିଠିରେ ବସି ବାସ୍କେଟବଲ୍‌

ବାସ୍କେଟବଲ୍‌ ଖେଳକୁ ଅନେକେ ଭଲ ପାଆନ୍ତି। ସାଙ୍ଗସାଥୀଙ୍କ ସହ ଟିମ୍‌ ହୋଇ ଅନେକେ ଖେଳିଥିବେ ମଧ୍ୟ। ହେଲେ ଏଠାରେ ଯେଉଁ ବାସ୍କେଟ୍‌ ବଲ କଥା କୁହାଯାଉଛି...

ଏହି ଏଫ୧ କାର୍‌କୁ ଖାଇଛନ୍ତି କି

ଏଫ୍‌୧ କାର୍‌ ରେସ୍‌ ଦେଖିବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହାକୁ ଦେଖିବାବେଳେ ମନରେ ଜୋଶ୍‌ ଭରିଯାଏ। ହେଲେ ଏହା ଏକ ବିପଜ୍ଜନକ ଖେଳ। ଏହାର...

ନିଜ ପେଟରେ ନିଜ ଯମଜ: ପୁରୁଷ ପେଟ ଭିତରେ ମଣିଷ ଛୁଆ

ମହାରାଷ୍ଟ୍ର, ନାଗପୁରର ସଞ୍ଜୁ ଭଗତଙ୍କ ଜୀବନ କାହାଣୀ ବେଶ୍‌ ଅଜବ। ୧୯୬୩ରେ ତାଙ୍କର ଜନ୍ମ। ପ୍ରଥମେ ତ ସେ ଅନ୍ୟ ପିଲାଙ୍କ ପରି ସାଧାରଣ ପିଲାଟିଏ...

ସାହିତି୍ୟକ ତଥା ଶିକ୍ଷାବିତ୍‌ ଶ୍ରୀବିଷ୍ଣୁପ୍ରସାଦ ଦଳେଇ ନିଜ ପ୍ରଥମ ରୋଜଗାର ସମ୍ପର୍କରେ କ’ଣ କୁହନ୍ତି ଜାଣନ୍ତୁ

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଡକ୍ଟର ମାୟାଧର ମାନସିଂହଙ୍କ ଭିଟାମାଟି କୁହାଯାଉଥିବା ନନ୍ଦଳା ଗ୍ରାମରେ ମୋ ଜନ୍ମ। ଯୌଥ ପରିବାରରେ ବଢିଛି; ତେଣୁ ସବୁ...

୬ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଗୋଲ୍ଡ ମେଡାଲ ହାସଲ କରିଥିବା ଭାଲେନା ଭାଲେଣ୍ଟିନା କହିଲେ ବିବାହ ସିକ୍ରେଟ୍‌

ସମସ୍ତେ ତାଙ୍କୁ ଜାଣନ୍ତି ‘କରାଟେ କୁଇନ୍‌’ ଭାବେ। ୨୦୧୦ ଏସିଆନ୍‌ ଗେମ୍ସରେ ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ ପର୍ଯ୍ୟନ୍ତ ପହଞ୍ଚତ୍ପାରିଥିବା, ୨୬ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଗୋଲ୍ଡ ମେଡାଲ...

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ପରିସଂଖ୍ୟାନ ଦିବସ

୨୦ ଅକ୍ଟୋବରରେ ସାରା ବିଶ୍ୱରେ ପରିସଂଖ୍ୟାନ ଦିବସ ପାଳନ କରାଯାଏ। ମାତ୍ର ଭାରତରେ ଜାତୀୟ ପରିସଂଖ୍ୟାନ ଦିବସ ୨୯ ଜୁନ୍‌ରେ ପାଳନ କରାଯାଏ। ମିଳିତ ଜାତିସଂଘର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri